FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଓଡ଼ିଶାରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି

ଓଡ଼ିଶାରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି

ଓଡ଼ିଶାରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ବ୍ୟୁରୋ) : ରାଜଧାନୀ ଭୁବନେଶ୍ୱରରେ ଚିନ୍ତା ବଢାଇଲା ଓମିକ୍ରନ । ଆଜି ପୁଣି ୨ ନାଇଜେରିୟା ଫେରନ୍ତା ଓମିକ୍ରନ ଚିହ୍ନଟ ହେବା ପରେ ଓଡ଼ିଶାରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ପୂର୍ବରୁ ୨ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ଆଉ ୨ ଜଣ ଚିହ୍ନଟ ହୋଇଛନ୍ତି । ଉଭୟ ଓମିକ୍ରନ୍ ଆକ୍ରାନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦୁହେଁ ନାଇଜେରିଆ ଫେରନ୍ତା ବୋଲି ଜଣାପଡ଼ିଛି । ଜଣଙ୍କ ବୟସ ୧୫ ଓ ଅନ୍ୟ ଜଣଙ୍କର ବୟସ ୧୩ ବର୍ଷ । ଜିନୋମ ସିକ୍ୱେନ୍ସିଂରୁ ୨ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ପୁଣି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସର୍ଭିଲାନ୍ସକୁ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଦୈନିକ ୭୦ ହଜାରରୁ ଅଧିକ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି ବିଦେଶ ଫେରନ୍ତାଙ୍କ ଉପରେ ତୀକ୍ଷଣ ନଜର ରଖିବେ । ଟିକାକରଣକୁ ଆହୁରି ବ୍ୟାପକ କରାଯିବ ।ଏହା ସହ ରାଜଧାନୀରେ କୋଭିଡ ଗାଇଡ୍‌ଲାଇନ୍‌ଙ୍କୁ ପୁଣି କଡା କଡି କରାଯିବା ନେଇ ଆଶଙ୍କା କରାଯାଉଛି ।

Leave a Reply

Your email address will not be published.

Related Posts