ଅନୁଗୁଳର ଗଞ୍ଜେଇ ମାଫିଆ ପିଣ୍ଟୁ ଘରେ ରାଜସ୍ଥାନ ଏଟିଏସ୍ ର ନୋଟିସ୍

SHARE NOW :
ଅନୁଗୁଳ (ଲାଇଭ ଓଡିଶା ବ୍ୟୁରୋ): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇନାଳୀ ଗ୍ରାମର କୁଖ୍ୟାତ ଗଂଜେଇ ମାଫିଆ ଚିତରଂଜନ ସାହୁ ( ପିଣ୍ଟୁ ) ର ଘରେ ରାଜସ୍ଥାନ ଏଟିଏସ୍ ନୋଟିସ୍ ଲଗାଇଛି । ରାଜସ୍ଥାନ ଜୟପୁର ଏଟିଏସ୍ . ଡିଏସପି ଶିବ କୁମାର ଭରଦ୍ଵାଜଙ୍କ ସୂତ୍ରରୁ ପ୍ରକାଶ ଗତ ୨୦୨୦ ମସିହାରେ ଜୟପୁର ଏଟିଏସ୍ ଏକ କଂଟେନରରୁ ୪୪୦କେଜି ଗଂଜେଇ ଜବତ କରିବା ସହିତ ଡ୍ରାଇଭରକୁ ଗିରଫ କରିଥିଲା । ଗଂଜେଇ ଗାଡିକୁ ପାଇଲଟିଂ କରି ନେଉଥିବା ଏକ କାରକୁ ଜବତ କରିବା ସହ ଏଥିରେ ଥିବା ୩ଜଣଙ୍କୁ ଗିରଫ କରିଥିଲା । ଏହି ଗଂଜେଇ ଚାଲାଣ ମାମଲାରେ ପିଣ୍ଟୁ ର ସଂପୃକ୍ତି ରହିଥିବା ନେଇ ଜୟପୁର ଏଟିଏସ୍ ୫୦ / ୨୦୨୦ରେ ଏକ ମାମଲା ରୁଜ୍ଜୁ କରିଥିଲା । ତଦନ୍ତରେ ସହେଯାଗ କରିବା ପାଇଁ ଜୟପୁର ଏଟିଏସ୍ ବାରମ୍ବାର ନୋଟିସ ମଧ୍ୟ କରିଥିଲେ । ସୋମବାର ଜୟପୁର ଏଟିଏସ୍ ଛେଣ୍ଡିପଦା ପୋଲିସ ସହାୟତାରେ ସାକ୍ଷୀ ମାନଙ୍କ ଉପସ୍ଥିତିରେ ପିଣ୍ଟୁର ଘରେ ଲଟକା ଲଗାଇବା ସହିତ ୧୫ ଦିନ ମଧ୍ୟରେ ପିଣ୍ଟୁ ଏଟିଏସ୍ ରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ତାଙ୍କ ସ୍ତ୍ରୀଙ୍କୁ ଏକ ନୋଟିସ୍ ମଧ୍ୟ ଦେଇଛନ୍ତି । ସୂଚନାଯୋଗ୍ୟ ଛେଣ୍ଡିପଦା ପୋଲିସ ଏବଂ ରାଜସ୍ଥାନ ପୋଲିସ ୩ଟି ଗଂଜେଇ ମାମାଲାରେ ଫେରାର ପିଣ୍ଟୁଙ୍କୁ ଖୋଜି ନପାଇବା ପରେ ଗତ ନଭେମ୍ବର ୨୭ ତାରିଖ ଦିନ ଦିନ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ଘରୁ ନଗଦ ୨୦ଲକ୍ଷ ୫୦ ହଜାର ଟଙ୍କା ସହିତ ଏକ ଦାମୀକାର , ଏକ ୪୦୭ ଟ୍ରକ , ଏକ ପିକଅପ୍ ଭ୍ୟାନ , ଗୋଟିଏ ମୋଟରସାକେଲ , ଗୋଟିଏ ସ୍କୁଟି , ଟେଣ୍ଟ ହାଉସ ସାମନ ଏବଂ କିଛି କାଗଜ ପତ୍ର ଜବତ କରିଥିଲେ । ତା ଘରେ ଲଟକା ଲାଗାଇବା ସମୟରେ ଏଟିଏସ ଡିଏସପି ଶିବ କୁମାର ଭରଦ୍ୱାଜ , କନେଷ୍ଟବଳ ମଦନ , ବାଗଡିଆ ଫାଣ୍ଡି ଅଧରକାରୀ ଆଶିଷ କୁମାର ଦାସ ଉପସ୍ଥିତ ଥିଲେ ।