FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ମାଓ ହିଂସାର ମାଷ୍ଟରମାଇଣ୍ଡ ରାମକ୍ରିଷ୍ଣା ଓରଫ ଆରକେଙ୍କ ମୃତ୍ୟୁ

ମାଓ ହିଂସାର ମାଷ୍ଟରମାଇଣ୍ଡ ରାମକ୍ରିଷ୍ଣା ଓରଫ ଆରକେଙ୍କ ମୃତ୍ୟୁ

ମାଓ ହିଂସାର ମାଷ୍ଟରମାଇଣ୍ଡ ରାମକ୍ରିଷ୍ଣା ଓରଫ ଆରକେଙ୍କ ମୃତ୍ୟୁ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ମୋଷ୍ଟୱାଣ୍ଟେଡ ମାଓ ନେତା ରାମକ୍ରିଷ୍ଣାର ମୃତ୍ୟୁ । ତାଙ୍କ ମୃତ୍ୟୁରେ ମାଓଗଡକୁ ଏକ ଶକ୍ତ ଝଟକା ଲାଗିଥିବାର କୁହାଯାଉଛି । ରାଜ୍ୟର ପୋଲିସ ମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ମାଓ ନେତା ସଂଗଠନ କେନ୍ଦ୍ରୀୟ କମିଟିର ମୁକ୍ୟ ରାମକ୍ରିଷ୍ଣା ଓରଫ ଅକ୍ସିରାଜୁ ହରିଗୋପାଳ କିଛିଦିନ ହେଲା କିଡନୀ ରୋଗରେ ପୀଡିତ ହୋଇ ଗୁରୁତର ଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଦୀର୍ଘଦିନ ହେଲା ସେ ଓଡିଶା ସମେତ ଆନ୍ଧ୍ର, ଛଚ୍ଛିଶଗଡରେ ଘଟୁଥିବା ମାଓହିଂସାରେ ମାଷ୍ଟରମାଇଣ୍ଡ ଥିଲେ । ତାଙ୍କ ନାଁରେ ବିଭିନ୍ନ ରାଜ୍ୟର ପୋଲିସ ଷ୍ଟେସନରେ ଆରକେ ନାଁରେ ବିଭିନ୍ନ ମାମଲା ଥିବାବେଳେ ତାଙ୍କ ନାଁରେ ୯୭ଲକ୍ଷଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ତୁମରୁକୋଟା ଗାଁର ବାସିନ୍ଦା ଆର୍.କେ ଅବିଭାଜିତ ଆନ୍ଧ୍ରପ୍ରଦେଶରେ ୱାଇ.ଏସ୍ ରଜଶେଖର ରେଡ୍ଡିଙ୍କ ନେତୃତତ୍ୱାଧିନ କଂଗ୍ରେସ ସରକାର ସହ ଶାନ୍ତି ଆଲୋଚନାରେ ତତ୍କାଳୀନ ସିପିଆଇ-ଏମଏଲର ନେତୃତ୍ୱ ନେଇଥିଲା। ଅକ୍ଟୋବର ୨୦୧୬ରେ ଓଡ଼ିଶାର ମାଲକାନଗିରି ସୀମାନ୍ତ ଜିଲ୍ଲାରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିମାଡରେ ଆର୍.କେ ଆହତ ହୋଇଥିଲା। ପରେ ସେ ସୁରକ୍ଷିତ ଥିବା ନେଇ ମାଓବାଦୀଙ୍କ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଥିଲା।

Leave a Reply

Your email address will not be published. Required fields are marked *

Related Posts