- Home
- »
- Breaking News
- »
- କେନ୍ଦୁଝରରେ ରାଣା ପ୍ରତାପ ଯୁବକ ସଂଘ ପକ୍ଷରୁ ୫୦ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ସ୍ମାଇଲ-୧୧ ଚାମ୍ପିୟନ
କେନ୍ଦୁଝରରେ ରାଣା ପ୍ରତାପ ଯୁବକ ସଂଘ ପକ୍ଷରୁ ୫୦ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ସ୍ମାଇଲ-୧୧ ଚାମ୍ପିୟନ

SHARE NOW :
କେନ୍ଦୁଝର (ଲାଇଭ ଓଡିଶା ନ୍ୟୁଜ): କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଦେଓଝର ପଞ୍ଚାୟତ ସିଆଳିଯୋଡା ଖେଳ ପଡିଆଠାରେ ରାଣା ପ୍ରତାପ ଯୁବକ ସଂଘ ପକ୍ଷରୁ ଆୟୋଜିତ ୫୦ତମ ଚମ୍ପିଆସିପ୍ ନକ୍ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ବୁଧବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟଟି ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହୋଇ ତିନି ଧରି ମହା ଜାକଜମକରେ ଅନୁଷ୍ଟିତ ହୋଇଥିବା ବେଳେ ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ୩୨ଟି ବଛା ବଛା ଦଳ ଅଂଶଗ୍ରହଣ କରି ସେମାନଙ୍କର କ୍ରୀଡା ନୈପୂନ୍ୟତା ପ୍ରଦର୍ଶନ କରିଥିଲେ । ତେବେ ଏହି ଫୁଟବଲ ଖେଳରେ ୪ଟି ମହିଳା ଦଳ ଭାଗ ନେଇଥିବା ବେଳେ ସେମାନଙ୍କର କ୍ରୀଡା ପ୍ରଦର୍ଶନର ଉପସ୍ଥିତ ଦର୍ଶନମାନଙ୍କୁ ବିମୋହିତ କରିଥିଲା । ଏହି ଫୁଟବଲ ଖେଳରେ ଝାଡଖଣ୍ଡ ଡାଙ୍ଗୋଆପୋଶିର ସ୍ମାଇଲ-୧୧ ଏବଂ ଫ୍ରେଣ୍ଡ୍ସ ଏଣ୍ଡ ଫ୍ରେଣ୍ଡସ ସହିତ ପ୍ରଥମ ସେମିଫାଇନାଲ ଖେଳରେ କଡା ଟକ୍କର ହୋଇଥିବା ବେଳେ ସ୍ମାଇଲ-୧୧ ଫାଇନାକୁ ଉନ୍ନିତ ହୋଇଥିଲା । ସେହିପରି ଜେଏସ୍ବି ସ୍ପୋର୍ଟିଙ୍ଗ ସହିତ ମହାନ୍ତ ବ୍ରଦର୍ଶର ଦ୍ୱିତୀୟ ସେମିଫାଇନରେ କଡା ଟକ୍କର ହୋଇଥିବା ବେଳେ ଜେଏସ୍ବି ସ୍କୋର୍ଟିଙ୍ଗ ଫାଇନାଲକୁ ଉନ୍ନତି ହୋଇଥିଲା । ଅନ୍ତିମ ପର୍ୟ୍ୟାୟରେ ଜେଏସ୍ବି ସ୍ପୋର୍ଟିଙ୍ଗ ଏବଂ ସ୍କାଇଲ-୧୧ ସହିତ ରୋମାଞ୍ଚକର କ୍ରିଡା ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଖେଳ ଅନ୍ତିମ ପର୍ୟ୍ୟନ୍ତ କେହି କାହାରିକୁ ଗୋଲ ଦେଇପାରିନଥିବା ବେଳେ ପେନାଲ୍ଟି ସଟରେ ସ୍କାଇଲ-୧୧ ବିଜୟ ହାସଲ କରିଥିଲା । ସେହିପରି ମହିଳାମାନଙ୍କ ପର୍ୟ୍ୟାୟରେ ତ୍ରିବେଣୀ ଖଣି ଠିକା ସଂସ୍ଥାର ଗୁଆଲି ମହିଳା ଦଳ, ଯେ ଏସ୍ ଡବ୍ଲୁ ଜଜାଙ୍ଗର ମହିଳା ଦଳ, ଯୋଡା ମହିଳା ଦଳ ଏବଂ ନୂଆମୁଣ୍ଡି କୁଟିନ୍ତା ଅଞ୍ଚଳର ମହିଳା ଦଳ ୪ଟି ଦଳ ଏଥିରେ ଭାଗ ନେଇଥିଲେ । ଅନ୍ତିମ ପର୍ୟ୍ୟାୟରେ ଯୋଡା ଏବଂ ତ୍ରିବେଣୀ ମହିଳା ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ଶେଷ ପର୍ୟ୍ୟନ୍ତ କେହି କାହାରିକୁ ଗୋଲ ଦେଇପାରିନଥିଲେ । ଶେଷରେ ପେନାଲ୍ଟି ସଟରେ ମଧ୍ୟ କୌଣସି ନିଷ୍ପତ୍ତି ବାହାରିପାରିନଥିବା ବେଳେ ଶେଷରେ ଟସ୍ ମାଧ୍ୟମରେ ଯୋଡା ଦଳ ବିଜୟଲାଭ କରିଥିଲା । ତେବେ ଅନ୍ତିମ ପର୍ୟ୍ୟାୟରେ ବିଜେତା ଦଳ ସ୍ମାଇଲ-୧୧କୁ ୫୧ ହଜାର ଟଙ୍କା ନଗଦ ଏବଂ ଏକ ଟ୍ରଫି ପ୍ରଦାନ କରାଯାଇଥିଲା । ଉପବିଜେତା ଯେ ଏସ ଡବ୍ଲୁ ସ୍ପୋର୍ଟିଙ୍ଗକୁ ୩୫ ହଜାର ଟଙ୍କା ନଗଦ ଏବଂ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ତୃତୀୟ ସ୍ଥାନ ଅଧିକାର କରିଥିବା ଫେଣ୍ଡସ ଏଣ୍ଡ ଫ୍ରେଣ୍ଡସ ଦଳରୁ ୨୫ ହଜାର ଟଙ୍କା ନଗଦ ଏବଂ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ମହାନ୍ତ ବ୍ରଦର୍ସ ଦଳକୁ ୧୫ ହଜାର ଟଙ୍କା ନଗଦ ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା । ଉଦ୍ୟାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ମୁଖ୍ୟବକ୍ତା ଭାବେ ଜିଲା ବିଜେଡି ସଭାପତି ମାଧବ ସର୍ଦାର, ସମ୍ମାନୀତ ଅତିଥି ଭାବେ ଜିଲା ବିଜେଡି ଯୁବ ଉପସଭାପତି ସଞ୍ଜିବ ପଲେଇ, ଯୋଡା ବ୍ଲକ ବିଜେଡି ଛାତ୍ର ସଭାପତି ସଞ୍ଜିବ ଆପଟ୍ଟ, ଯୋଡା ବ୍ଲକ ବିଜେଡି ସଭାପତି ଦିଲ୍ଲିପ ନାଏକ, ଟାଟା ଷ୍ଟିଲ କାଟାମାଟି ଖଣିର ମୁଖ୍ୟ ପରିଚାଳକ ରାହୁଲ କିଶୋର, ଟାଟା ଷ୍ଟିଲ ନୂଆମୁଣ୍ଡି ର ମୁଖ୍ୟ ପରିଚାଳକ ଶିରିଶ ଶେଖର, ସାରଦ ଖଣି ନିର୍ଦ୍ଦେଶକ ଅର୍ଜ୍ୁନ ସାରସ୍ୱତ, ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ ଖଣିର ୟୁନିଟ ହେଡ ବ୍ରିଜ ଭଦ୍ରା, ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ସିଏସ୍ଆର ପରିଚାଳକ ତ୍ରିଲୋଚନ ପଲେଇ । କ୍ରାକର୍ସ ଇଣ୍ଡିଆ ଲଜିଷ୍ଟିକ୍ ଜିଏମ୍ ବିଦ୍ୟାଧର ସାହୁ, ଦେଓଝର ସରପଞ୍ଚ ମଙ୍ଗଲ ମୁଣ୍ଡା, ସମିତି ସଭ୍ୟ ଯୁଧିଷ୍ଠୀର ପଲେଇ, ପୂର୍ବତନ ସରପଞ୍ଚ ଜନାର୍ଦ୍ଦନ ନାଏକ, କଣ୍ଡରା ସରପଞ୍ଚ ଗାୟତ୍ରୀ ନାଏକ, ଚମକପୁର ସରପଞ୍ଚ ନରହରି ନାଏକ, ପୂର୍ବତନ ଜିଲ୍ଲା ପରିଷଦ ବିର ନାଏକ, ଯୋଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଗିରିଧାରି ନାଏକ, ରଞ୍ଜିତ ବାରିକ୍, ରଞ୍ଜିତ ବେହେରା, ଅର୍ଜୁନ ମୁଣ୍ଡା, ମନମଥ ବେହେରା ପ୍ରମୁଖ ଯୋଗଦେଇଥିଲେ । ରାଣା ପ୍ରତାପ ଯୁବକ ସଂଘର ପାଣ୍ଡିଆ ମୁଣ୍ଡା, ଶିତାରାମ ମୁଣ୍ଡା, ଗୋବିନ୍ଦ ମୁଣ୍ଡା ପରିଚାଳନା କରିଥିବା ବେଳେ ସଂଘର ଅନ୍ୟ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।