ସିନାପାଲିରେ ରାବଣ ପୂଜା ପାଳିତ

SHARE NOW :
ନୂଆପଡା(ରମେଶ ମେହେର/ ଲାଇଭ ଓଡିଶା ନ୍ୟୁଜ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ସହର ରାବଣ ଛକ ଠାରେ ରାବଣ ପୂଜା ପାଳିତ ହୋଇଯାଇଛି। ଦଶହରା ପୂଜା ରେ ନୂଆପଡା ଜିଲ୍ଲା ର ଅନେକ ସ୍ଥାନରେ ରାଜା ରାବଣଙ୍କ ପ୍ରତିମୁର୍ତ୍ତି ସ୍ଥାପନ କରି ରାବଣ ପୋଡି ଭାବେ ପାଳନ କରୁଥିବା ବେଳେ, ସିନାପାଲି ରେ ମଧ୍ୟଧୁମଧାମ ଭାବେ ପୂଜାଅର୍ଚ୍ଚନା କରାଯାଇଛି। ଜିଲ୍ଲା ରେ ଏହି ପୂଜା ଖୁବ ଚର୍ଚା ରେ ରହିଥିବା ବେଳେ ଆଖପାଖ ଅଞ୍ଚଳ ତଥା ଛତିଶଗଡ଼, କଲାହାଣ୍ଡି, ବଲାଙ୍ଗିର ରେ ଏହି ପୂଜାର ବେଶ୍ ଚର୍ଚ୍ଚା ରହିଛି। ଚଳିତ ବର୍ଷ କରୋନା କଟକଣା ଯୋଗୁ ସରକାରଙ୍କ ନିୟମ ମୁତାବକ ଏହି ପୂଜା ପାଳନ କରାଯାଇଥିଲା। ଶନିବାର ସଂନ୍ଧ୍ୟା ରେ ସରକାରୀ ନିୟମ ଅନୁସାରେ ରାବଣ ମୁର୍ତ୍ତି ବିସର୍ଜନ ସ୍ଥାନୀୟ ଉଦନ୍ତି ନଦୀ ରେ କରାଯାଇଥିଲା। ପୂଜକ ଭାବେ ସୋମନାଥ ଜଗତ ମୁଖ୍ୟ ଦାୟିତ୍ୱ ତୁଲାଇଥିବା ବେଳେ ରାବଣ ପୂଜା କମିଟି ସିନାପାଲି ସଭାପତି ମନୋଜ କୁମାର ମହାନନ୍ଦ, ସମ୍ପାଦକ ଗୋବିନ୍ଦା ନାଗ ଦାୟିତ୍ୱ ପରିଚାଳନା କରିଥିଲେ । ଏହା ସହିତ , ସୁଶାନ୍ତ ବାଗ, ନରହରି ଜଗତ, ପ୍ରଶାନ୍ତ ଜଗତ, ବଣ୍ଟି ସୁନାନୀ, ଚକ୍ର ସୁନାନୀ, ହ୍ରୁଷିକେଶ ବାଗ, ମୋହନ ମହାନନ୍ଦ ସମେତ ଅନ୍ୟାନ୍ୟ ଲୋକେ ପ୍ରମୁଖ ଏହି ପୂଜାରେ ସହଯୋଗ କରିଥିଲେ।