FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଦରଦାମ ବୃଦ୍ଧି ଆନ୍ଦୋଳନ କୁ, ସମର୍ଥନ କଲା ରାୟଗଡା ଜିଲ୍ଲା ଭାରତୀୟ ମଜଦୁର ସଂଘ

ଦରଦାମ ବୃଦ୍ଧି ଆନ୍ଦୋଳନ କୁ, ସମର୍ଥନ କଲା ରାୟଗଡା ଜିଲ୍ଲା ଭାରତୀୟ ମଜଦୁର ସଂଘ

ଦରଦାମ ବୃଦ୍ଧି ଆନ୍ଦୋଳନ କୁ, ସମର୍ଥନ କଲା ରାୟଗଡା  ଜିଲ୍ଲା ଭାରତୀୟ ମଜଦୁର ସଂଘ
SHARE NOW :

ରାୟଗଡା, ୧୦.୯ (ଲାଇଭ୍ ଓଡିଶା): ଭାରତୀୟ ମଜଦୁର ସଂଘ ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ ୯ ତାରିଖ ଦିନ ଦେଶ ବ୍ୟାପି ଆନ୍ଦୋଳନ କୁ ରାୟଗଡା ଜିଲ୍ଲା ଭାରତୀୟ ମଜଦୁର ସଂଘ ସମର୍ଥନ ଜଣାଇଛି । ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡା ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ରାୟଗଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା ।


ଦାବି ପ୍ରଦାନ ସମୟରେ ସଂଘ ର ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ଶ୍ରୀ ଯୋଗେଶ୍ଵର ଦାସ ,ରାୟଗଡା ଜିଲ୍ଲା ସମ୍ଫାଦକ ଶ୍ରୀ ଖଗେଶ୍ବର ସିଂ , ଜିଲ୍ଲା ଉପସଭାପତି ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , କୋଷାଧ୍ୟକ୍ଷ ଶ୍ରୀମତୀ ଉଷାରାଣୀ ଦାଶ , କାର୍ଯ୍ୟାଳୟ ସଂପାଦକ ଶ୍ରୀ ଦୂର୍ଗା ମାଧବ ଘୋଷ , କୋଠାବାଡ଼ି ମଜଦୂର ସଂଘ ର ଅରୁଣ କୁମାର ଲେଙ୍କା, ଧନଞ୍ଜୟ କଣ୍ଠବଂସ , ଏମ୍ ରାମ ବାବୁ , ଘାସିରାମ ଜୟ ସିଂ, ସହ ଜିଲ୍ଲା ନେତୃବୃନ୍ଦ ଏବଂ ୧୧ ବ୍ଳକର ପଦାଧିକାରୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Related Posts