FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଲାଲ୍ ଵାହିନୀର ଲାଲ୍ ଆତଙ୍କ, ବାଲିଗୁଡ଼ାରେ ଲାଗିଲା ମାଓ ପୋଷ୍ଟର

ଲାଲ୍ ଵାହିନୀର ଲାଲ୍ ଆତଙ୍କ, ବାଲିଗୁଡ଼ାରେ ଲାଗିଲା ମାଓ ପୋଷ୍ଟର

ଲାଲ୍ ଵାହିନୀର ଲାଲ୍ ଆତଙ୍କ, ବାଲିଗୁଡ଼ାରେ ଲାଗିଲା ମାଓ ପୋଷ୍ଟର
SHARE NOW :

କନ୍ଧମାଳ(ଲାଇଭ ଓଡିଶା ନ୍ୟୁଜ): କିଛି ଦିନର ବ୍ୟବଧାନ ପରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଂଚଳରେ ପୁଣି ସ୍ଥିତି ଜାହିର୍ କଲା ମାଓବାଦୀ । ବାଲିଗୁଡ଼ା ଥାନା ବାରଖମା, ରେବିଙ୍ଗିଆ,ବାଟାଗୁଡା ଓ ମିଡିଆପାଙ୍ଗା ଅଞ୍ଚଳରେ ଲୋକଙ୍କ ଘର କାନ୍ଥ ଓ ଗଛରେ ଲାଗିଲା ମାଓ ପୋଷ୍ଟର। ପୋଷ୍ଟରରେ ଜନସାଧାରଣଙ୍କୁ ଜଙ୍ଗଲକୁ ବନଜତ ଦ୍ରବ୍ୟ ସଂଗ୍ରହ ପାଇଁ ବାରଣ କରିଥିବା ସହ ଏହି ସବୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ବମ୍ ଖଞ୍ଜା ଯାଇଥିବା ପୋଷ୍ଟରରେ ଉଲ୍ଲେଖ ଅଛି । ଗଞେଇ କାଟିବାକୁ ଆସୁଥିବା ପୋଲିସ କର୍ମଚାରୀ ଓ ବନବିଭାଗ କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ସହ ସରକାରୀ ମଦ ଦୋକାନ ବନ୍ଦ ପାଇଁ ଆହ୍ୱାନ ଦେଇଛନ୍ତି। ଏବଂ ଡିସେମ୍ବର ୨ ଠାରୁ ୮ ତାରିଖ ଦିନ ପର‌୍ୟ୍ୟନ୍ତ ମାଓ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି। ଶେଷରେ ସିପିଆଇ ( ମାଓବାଦୀ ) କେକେ ବିଏନ୍ ଡିଭିଜନ ବୋଲି ଉଲ୍ଲେଖ ଅଛି। ମାଓବାଦୀଙ୍କ ଏହି କାର‌୍ୟ୍ୟକଳାପକୁ କୁ ନେଇ ଗ୍ରାମବାସୀ ଭୟବିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts