FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବୁଲାକୁକୁରଙ୍କ ପ୍ରାଦୁର୍ଭାବରେ ଚିନ୍ତାରେ ସୁବର୍ଣ୍ଣପୁର ବାସୀ

ବୁଲାକୁକୁରଙ୍କ ପ୍ରାଦୁର୍ଭାବରେ ଚିନ୍ତାରେ ସୁବର୍ଣ୍ଣପୁର ବାସୀ

ବୁଲାକୁକୁରଙ୍କ ପ୍ରାଦୁର୍ଭାବରେ ଚିନ୍ତାରେ ସୁବର୍ଣ୍ଣପୁର ବାସୀ
SHARE NOW :

ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ଡରାଉଛନ୍ତି ବୁଲା କୁକୁର । ପ୍ରଭାବିତ ହେଉଛି ଜନଜୀବନ । କିନ୍ତୁ ନଜର ପଡୁନି ପ୍ରଶାସନର । ବୁଲାକୁକରଙ୍କ ଆତଙ୍କରେ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଜନସାଧରଣ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ସହରରେ । ବିଶେଷକରି ସହରର ଜନଗହଳିପୂର୍ଣ୍ଣ ଅଂଚଳରେ ଅନେକ ସମୟରେ ବୁଲାକୁକୁରଙ୍କ ଯୋଗୁ ଦୁର୍ଘଟଣାର ସାମ୍ନା କରୁଛନ୍ତି ବାଇକ ଆରୋହୀମାନେ । ଅନେକ ସମୟରେ ଲୋକଙ୍କୁ କାମୁଡି ରକ୍ତାକ୍ତ କରିଥିବାର ମଧ୍ୟ ନଜରରେ ଆସୁଛି । ଶହ ଶହ କୁକୁର ଖାଦ୍ୟ ଅନ୍ୱେଷଣରେ ଏଣେତେଣେ ବୁଲୁଥିବା ବେଳେ ଏମାନଙ୍କୁ ନିୟନ୍ତ୍ରଣ କରିବାରେ ଫେଲ ମାରିଛି ସଦର ପୌର ପରିଷଦ । ଏହି ପ୍ରାଣୀମାନଙ୍କ ପାଇଁ ସଦର ପୌର ପରିଷଦ ଅଧୀନରେ ପ୍ରାଣୀ ବିଭାଗ ଖୋଲାଯାଇ ପାରିନଥିବା ବେଳେ ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କ ସହାୟତାରେ କୁକୁର ସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ସହରବାସୀ ଅନେକ ଥର ଦାବୀ କରିଛନ୍ତି । ହେଲେ ପୌରପରିଷଦ କୁକୁର ସଂଖ୍ୟାକୁ ନିୟନ୍ତ୍ରଣରେ ବିଫଳ ହୋଇଥିବା ବେଳେ ସହରବାସୀଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁନାହିଁ । ଏନେଇ ଲୋକମାନେ ଭୟର ବାତାବରଣରେ ଜୀବନ କାଟୁଥିବା ବେଳେ ଜିଲ୍ଲାପାଳ ପୌର ପରିଷଦକୁ ପରିଦର୍ଶନ ସମୟରେ କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଏନେଇ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ କୁକୁରଙ୍କ ଭୟ ଓ ଆତଙ୍କ କଥାକୁ ସ୍ୱୀକାର କରିଥିବା ବେଳେ ଏ ଦିଗରେ ବିସ୍ତୃତ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ତେବେ ଦେଖିବାକୁ ବାକିରହିଲା କେବେ ବୁଲା କୁକୁରଙ୍କ ଆତଙ୍କରୁ ରକ୍ଷାପାଉଛନ୍ତି ସୁବର୍ଣ୍ଣପୁର ବାସୀନ୍ଦା ।

Leave a Reply

Your email address will not be published. Required fields are marked *

Related Posts