FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ହବିଷ୍ୟାଳିମାନଙ୍କ ପାଇଁ ଜାରି ହେଲା କଟକଣା

ହବିଷ୍ୟାଳିମାନଙ୍କ ପାଇଁ ଜାରି ହେଲା କଟକଣା

ହବିଷ୍ୟାଳିମାନଙ୍କ ପାଇଁ ଜାରି ହେଲା କଟକଣା
SHARE NOW :

ପୁରୀ(ଲାଇଭ ଓଡିଶା ନ୍ୟୁଜ): ଆଜି ହେଉଛି ଆଶ୍ୱିନ ମାସର ଶେଷ ଦିନ । କାଲିଠାରୁ ଆରମ୍ଭ ହୋଇଯିବ କାର୍ତ୍ତିକ ସେ ନେଇ ହବିଷ୍ୟାଳିଙ୍କ ମନରେ ବେଶ୍ ଉତ୍କଣ୍ଠା ଭରି ରହିଛି । କିନ୍ତୁ ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ହବିଷ୍ୟାଳିମାନଙ୍କୁ ମନା ହୋଇଛି ପୁରୀ । ଆଜି ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଅନ୍ୟପଟେ ଆସନ୍ତାକାଲିଠାରୁ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ଆରମ୍ଭ ହେବ । କିନ୍ତୁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହବିଷ୍ୟାଳିମାନଙ୍କୁ ପୁରୀ ନ ଆସି ଘରେ ରହି କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟି ଆଗରେ ରଖି ଏପରି ପଦକ୍ଷେପ ନେଇଛି ପ୍ରଶାସନ ।

ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଆଶଙ୍କା ଭୟରେ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା କରାଯାଉଛି । ଦର୍ଶନ ପାଇଁ ଭକ୍ତମାନେ କୋଭିଡ କଟକଣା ମାନି ଡବଲ ଡୋଜ ସାର୍ଟିଫିକେଟ କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇ ମନ୍ଦିର ଭିତରକୁ ଯାଇପାରିବେ । ସମସ୍ତ ଭକ୍ତ ଯେଭଳି ସୁରୁଖୁରୁରେ ମହାପ୍ରସାଦ ପାଇପାରିବେ ସେନେଇ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରାଯାଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ । ଶ୍ରୀମନ୍ଦିରର ଦକ୍ଷିଣ ଓ ଉତ୍ତର ଦ୍ୱାରରେ ଭକ୍ତମାନେ ମହାପ୍ରସାଦ ପାଇପାରିବେ ।

Leave a Reply

Your email address will not be published. Required fields are marked *

Related Posts