FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସଡକ ଦୁର୍ଘଟଣାରେ ଯୁବକ ମୃତ୍ୟୁ

ସଡକ ଦୁର୍ଘଟଣାରେ ଯୁବକ ମୃତ୍ୟୁ

ସଡକ ଦୁର୍ଘଟଣାରେ ଯୁବକ ମୃତ୍ୟୁ
SHARE NOW :

ରାୟଗଡା,୧୭.୯(ଲାଇଭ୍ ଓଡିଶା ନ୍ୟୁଜ୍‌/ ଶ୍ରୀଧର ଚୌଧୁରୀ): ଜାତୀୟ ରାଜପଥରେ ଗର୍ତ୍ତ ପାଇଁ ଚାଲିଗଲା ଜୀବନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରରେ ଥିବା ଫ୍ଲାଏଓଭରରେ । ସ୍କୁଟି ସହ ଟ୍ରାକଟର ଧକ୍କା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉଜଣେ ଗୁରୁତର ଭାବରେ ଆହାତ ହୋଇଛନ୍ତି ।
ମୃତକ ଜଣକ ହେଲେ ଡି.ମୁନା(୪୫) ଓ ଆହତ ହେଲେ ଏସ.ହରିଶ (୨୧) ଉଭୟଙ୍କ ଘର ରାୟଗଡ଼ା ସହରର ରମା ଟକିଜ୍ ନିକଟରେ । ଘଟଣାରୁ ପ୍ରକାଶ ଯେ, ଏହି ଦୁଇଜ ୩୨୬ ନମ୍ବର ଫ୍ଲାଏଓଭର ଉପରେ ଯାଉଥିବା ବେଳେ ଏକ ବାଲି ବୋଝେଇ ଟ୍ରାକ୍ଟର ସହ ଧକ୍କା ହୋଇଥିଲେ । ଫଳରେ ଉଭୟେ ସ୍କୁଟିରୁ ତଳେ ଖସିପଡ଼ିଥିଲେ । ଖବରପାଇ ପୁଲିସ ପହଂଚି ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଇଥିଲା । ତେବେ ସେଠାରେ ମୁନାଙ୍କ ମୃତ୍ୟୁ ଘଟିଥିବା ବେଳେ ହରିଶଙ୍କ ଅବସ୍ଥା ଗୁରୁତର ଅଛି। ତେବେ ପୋଲିସ ଉକ୍ତ ବାଲି ବୋଝେଇ ଟ୍ରାକଟରକୁ ଅଟକ ରଖି ଥାନାରେ ଏକ ମାମଲା ରୁଜୁ କରିଛି ।

Leave a Reply

Your email address will not be published. Required fields are marked *

Related Posts