FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ସୁବର୍ଣ୍ଣପୁରରେ ହାତୀ ଉପଦ୍ରବକୁ ନେଇ ରାସ୍ତା ଅବରୋଧ

ସୁବର୍ଣ୍ଣପୁରରେ ହାତୀ ଉପଦ୍ରବକୁ ନେଇ ରାସ୍ତା ଅବରୋଧ

ସୁବର୍ଣ୍ଣପୁରରେ ହାତୀ ଉପଦ୍ରବକୁ ନେଇ ରାସ୍ତା ଅବରୋଧ
SHARE NOW :

ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜରେ ହାତୀ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି । ଦୀର୍ଘ ଦିନ ହେବ ଏହି ଅଂଚଳରେ ହାତୀପଲ ରହିଆସୁଛନ୍ତି । ହାତୀ ଅନେକ ସମୟରେ ଧାନ ଫସଲ ନଷ୍ଟ କରିଥିବାବେଳେ ଧନଜୀବନ ବି ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଏନେଇ ଅଂଚଳବାସୀ ବାରମ୍ବାର ବିଭାଗର ଦୃଷ୍ଟି ଆକର୍ଷଣ କରୁଥିବା ସତ୍ବେ ବନ ବିଭାଗ ଚୁପ ରହୁଛି । ଫଳରେ ଏହାର ସ୍ଥାୟୀ ପ୍ରତିକାର ଓ କ୍ଷତିପୂରଣ ଦାବୀରେ ଝାରବାହାଲି ଛକରେ ରାସ୍ତା ରୋକ କରିଛନ୍ତି ଅଂଚଳବାସୀ । ସୁବର୍ଣ୍ଣପୁର-ସମ୍ବଲପୁର ରାଜ୍ୟ ରାଜପଥ ଝାରବାହାଲି ଛକ ଠାରେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସହ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନ ବାହନ ଅଟକି ରହିଛି ।

Leave a Reply

Your email address will not be published. Required fields are marked *

Related Posts