ଡକାୟତି ମାମଲାର ପର୍ଦ୍ଦାଫାସ କଲା ପୋଲିସ

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ୍): ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବିଶାଲପାଲି ଛକରେ ହୋଇଥିବା ଡକାୟତି ମାମଲାର ପର୍ଦ୍ଦାଫାସ କରିବାରେ ପୋଲିସ ସଫଳତା ପାଇଛି ।ଗତ ୧୭ ତାରିଖରେ ଅଭିଯୁକ୍ତ ସୁରେଶ ଠାକୁର ଓ ଜୟପାଲ ମହାନନ୍ଦ ଏକ ଗାଡିରେ ଆସିକାରୁ ବରଗଡ ସାଢେ ତିନି ଲକ୍ଷ ଟଂକା ନେଇ ଯାଉଥିଲେ ।ତେବେ ବିଶାଲପାଲି ଛକରେ ଛଅଜଣ ଦୁର୍ବୁତ୍ତ ଗାଡି ଅଟକାଇ ଅଭିଯୁକ୍ତମାନଙ୍କୁ ଆକ୍ରମଣ କରି ଟଂକା ଲୁଟ ହୋଇଥିବା ବିନିିକା ଥାନାରେ ଅଭିଯୁକ୍ତମାନେ ରିପୋର୍ଟ କରିଥିଲେ ।ତେବେ ଟଂକାର ମାଲିକ ସୁରେଶ ଲାଠ ଏହା ଏକ ମିଥ୍ୟା ମାମଲା ଓ ଟଂକା ସୁରେଶ ଠାକୁର ଓ ଜୟପାଲ ମହାନନ୍ଦ ଆତ୍ମସାତ କରିଛନ୍ତି ବୋଲି ପୁଣି ଏକ ମାମଲା ଦାୟର କରିଥିଲେ ।ତେବେ ଅଭିଯୁକ୍ତ ମାନେ ଟଂକା ଠକିନେବା ପାଇଁ ମିିଛରେ ନିଜକୁ ନିଜେ ଆକ୍ରମଣ କରି ଟଂକାତକ ଆତ୍ମସାତ କରିଥିବା ପୋଲିସ ଜାଣିବାକୁ ପାଇଥିଲା ।ତେବେ ଅଭିଯୁକ୍ତ ଦୁଇଜଣ ଟଂକା ତକ ଜଣେ ପରିଚିତ ବ୍ୟକ୍ତି ହାତରେ ବରଗଡ ପଠେଇ ଦେଇ ମିଛରେ ବିନିକା ଥାନାରେ ଏତାଲା ଦେଇଥିବା ପୋଲିସ ଜାଣିଥିଲା ।ତଦନ୍ତକାରୀ ପୋଲିସ ଦଳ ବରଗଡ ଯାଇ ସାଢେ ତିନି ଲକ୍ଷରୁ ତିନି ଲକ୍ଷ ସତେଇଶ ହଜାର ଟଂକା ଜବତ କରିବା ସହିତ ଦୁଇ ଅଭିଯୁକ୍ତକୁ ଗିରଫ କରିଛନ୍ତି ।ବାକି ତେଇଶ ହଜାର ଟଂକାର ସଂଧାନ ଚାଲିଥିବା ବେଳେ ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ପୋଲିସ ତାହା ତଦନ୍ତ କରୁଛି ।ଅଭିଯୁକ୍ତ ଦୁଇଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ସୂଚନା ଦେଇଛନ୍ତି ।