FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ରାସ୍ତାଘାଟର ମରାମତି ପାଇଁ ୫୦୦କୋଟି ମଞ୍ଜୁର

ରାସ୍ତାଘାଟର ମରାମତି ପାଇଁ ୫୦୦କୋଟି ମଞ୍ଜୁର

ବରଗଡରେ ଶୁଭିବ ଶଙ୍ଖନାଦ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ); ରାଜ୍ୟବାସୀଙ୍କ ପାଇଁ ଖୁସୀଖବର । ୫୦୦କୋଟି ଟଙ୍କା ମଞ୍ଜୁର କଲେ ନବୀନ ପଟ୍ଟନାୟକ । ସାରା ରାଜ୍ୟରେ ବିଭିନ୍ନ ସହରାଞ୍ଚଳର କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ରାସ୍ତାଘାଟ, ନର୍ଦ୍ଦମା ଓ ଫୁଟପାଥ ଆଦିର ମରାମତି ତଥା ଉନ୍ନତି କରଣ ପାଇଁ ମୁଖ୍ୟମନ୍ତ୍ରୀ ୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି କାର‌୍ୟ୍ୟ ତୁରନ୍ତ ଆରମ୍ଭ କରିବା ସହିତ ଆଗାମୀ ମୌସୁମୀ ଋତୁ ପୂର୍ବରୁ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ରାସ୍ତାଘାଟର ସ୍ଥିତି ଶୋଚନୀୟ ଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ସହରବାସୀ ନାନାଦି ଅସୁବିଧା ଭୋଗ କରୁଥିଲେ । ଏହାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *

Related Posts