FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ପିପିଲିରେ ବିଜୟ ମୁକୁଟ ପିନ୍ଧିଲେ ରୁଦ୍ର ମହାରଥୀ

ପିପିଲିରେ ବିଜୟ ମୁକୁଟ ପିନ୍ଧିଲେ ରୁଦ୍ର ମହାରଥୀ

ପିପିଲିରେ ବିଜୟ ମୁକୁଟ ପିନ୍ଧିଲେ ରୁଦ୍ର ମହାରଥୀ
SHARE NOW :

ପିପିଲ (ଲାଇଭ ଓଡିଶା ନ୍ୟୁଜ): ପିପିଲି ଭୋଟ ଗଣତି ଜାରି ରହିଛି । ତେବେ ଜିତିବା ପାଇଁ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଆବଶ୍ୟକୀୟ ଭୋଟ ପାଇ ସାରିଛନ୍ତି । ୨୩ ତମ ରାଉଣ୍ଡ ସୁଦ୍ଧା ରୁଦ୍ରଙ୍କୁ ୮୯୨୧୧ ଖଣ୍ଡ ଭୋଟ ମିଳିଛି । ମୋଟ ଉପରେ ୧ ଲକ୍ଷ ୬୫ ହଜାର ୭୩ ଖଣ୍ଡ ଭୋଟ ଗଣା ସରିଛି । ଆଉ ୧୫ ହଜାର ଭୋଟ ଗଣା ହେବାର ଥିବାବେଳେ ରୁଦ୍ର ବିଜେପି ପ୍ରାର୍ଥୀଙ୍କ ଠାରୁ ୨୧ ହଜାର ଭୋଟରେ ଆଗୁଆ ଅଛନ୍ତି । ଫଳରେ ତାଙ୍କର ବିଜୟ ସୁନିଶ୍ଚିତ ହୋଇସାରିଛି । ଗୋଟିଏ ହଲରେ ୭ଟି ଲେଖାଏଁ ଟେବୁଲ ଥିବାବେଳେ ଦୁଇଟି ହଲରେ ୧୪ଟି ଟେବୁଲ ପଡ଼ିଛି । ଭୋଟ ଗଣତି ପାଇଁ ୬୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଚଳିତ ଉପନିର୍ବାଚନରେ ୧୯୯୫ ପରେ ସର୍ବାଧିକ ମତଦାନ ହୋଇଛି । ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୨୯ ହଜାର ୯୧୮ ଭୋଟର ଥିବାବେଳେ ୭୮.୨୫ ପ୍ରତିଶତ ମତଦାନ କରିଛନ୍ତି । ୯୫ ହଜାର ୩୮୩ ଜଣ ପୁରୁଷ ଓ ୮୪ ହଜାର ୫୯୭ ଜଣ ମହିଳା ମତଦାନ କରିଛନ୍ତି । ମୋଟ ଉପରେ ୧ ଲକ୍ଷ ୭୯ ହଜାର ୯୮୦ ଜଣ ମତଦାନ କରିଥିବାବେଳେ କିଏ ବାଜିମାତ କରିବ ତାହାକୁ ନେଇ ଉôକଣ୍ଠା ଲାଗିରହିଛି ।

Leave a Reply

Your email address will not be published. Required fields are marked *

Related Posts