FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ନିଆରା ଢଙ୍ଗରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ନିଆରା ଢଙ୍ଗରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ନିଆରା ଢଙ୍ଗରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
SHARE NOW :

ଭୁବନେଶ୍ୱର(ଲାଇଭ୍ ଓଡିଶା ନ୍ୟୁଜ୍‌): ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଆଜି ସେ ୭୧ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ତାଙ୍କ ପାଖକକୁ ଶୁଭେଚ୍ଛା ସୁଅ ଛୁଟିଛି । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଦେଶର ସାଧାରଣ ନାଗରିକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ହେଲେ ତାଙ୍କୁ ଟିକେ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ଜଣାଶୁଣା ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଛବି ଆଙ୍କିବା ସହ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ସେ ୨୦୩୫ଟି ଛୋଟ ଛୋଟ ଶଙ୍ଖ ଓ ଶାମୁକାର ବ୍ୟବହାର କରିଥିବା କହିଛନ୍ତି ।
ଏଥିରେ ଇଂରାଜୀରେ ‘ହାପି ବାର୍ଥଡେ’ ମୋଦିଜୀ’ ଲେଖାଯାଇଛି। ଏଥିସହ ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ଭାରତ ମାତାଙ୍କର ସେବା କରିବା ପାଇଁ ମହାପ୍ରଭୁ ଜଗନ୍ନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୀର୍ଘ ଓ ନିରାମୟ ଜୀବନର ଆଶୀର୍ବାଦ ଦିଅନ୍ତୁ।

Leave a Reply

Your email address will not be published. Required fields are marked *

Related Posts