FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣା: ମାଟି ତଳୁ ମିଳିଲା ମୃତଦେହ!

ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣା: ମାଟି ତଳୁ ମିଳିଲା ମୃତଦେହ!

ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣା: ମାଟି ତଳୁ ମିଳିଲା ମୃତଦେହ!
SHARE NOW :

କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ) : ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧକ୍ଷା ମେହେର ନିଖୋଜ ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନ୍‌ାକୁ ଆସିଛି । ତାଙ୍କୁ ମାରି ପୋତି ଦିଆଯାଇଥିବା ସନ୍ଦେହ କରି ଆଜି ସକାଳୁ ପୋଲିସ ସ୍କୁଲ ପରିସରରେ ଥିବା ନିର୍ମାଣଧୀନ ଷ୍ଟାଡିୟମକୁ ସିଲ କରି ଖୋଳତାଡ କରିଥିଲା । ମଟିତଳୁ ଏକ ଗଳିତ ଶବ ଉଦ୍ଧାର ହେବା ଘଟଣା ଏବେ ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିଛି ।


ସୂଚନା ଅନୁସାରେ ମମିତାଙ୍କୁ ହତ୍ୟା କରି ମାଟି ତଳେ ପୋତିଥିବା ପୋଲିସ ସନ୍ଦେହ କରି ସନ୍ଧାନୀ କୁକୁରର ସହାୟତାରେ ଜେସିବି ଦ୍ୱାରା ମାଟି ଖୋଳା ଯାଇଥିଲା । ମାଟି ତଳୁ ଏକ ଶବ ଉଦ୍ଧାର କରାଯାଇଥିବା ବେଳେ ଏହା ମମିତାଙ୍କର କି ନୁହେଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏନେଇ ତଦନ୍ତ ଚାଲିଥିବା ବେଳେ ମିଳିଥିବା ଶବର ଡିଏନଏ ଟେଷ୍ଟ କରାଯିବ ବୋଲି ବଲାଙ୍ଗାର ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Related Posts