FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ୧୮ମାସ ପରେ ଖୋଲିବ ସ୍କୁଲ, ଜାରି ହେଲା ଏସୋପି

୧୮ମାସ ପରେ ଖୋଲିବ ସ୍କୁଲ, ଜାରି ହେଲା ଏସୋପି

୧୮ମାସ ପରେ ଖୋଲିବ ସ୍କୁଲ, ଜାରି ହେଲା ଏସୋପି
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଦୀର୍ଘ ୧୮ମାସ ପରେ ରାଜ୍ୟରେ ଖୋଲିବ ସ୍କୁଲ । ଆସନ୍ତା ୨୧ରେ ଏକାଦଶ ଏ ୨୫ରେ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ । ଏନେଇ ସ୍କୁଲ ଖୋଲିବା ପୂର୍ବରୁ ୨୪ତାରିଖ ମଧ୍ୟରେ ଶିକ୍ଷକ ଏ ପରିଚାଳନା କମିଟିର ବୈଠକ ବସିବ । ବିଦ୍ୟାଳୟ ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ଉପରେ ଗୁରୁତ୍ୱ ଦିଆଯିବ । ପ୍ରଥମ ଦିନରେ ପାଠ ପଢା ହେବନାହିଁ । କେବଳ ପିଲାଙ୍କ ସହ ଆଲୋଚନା ହେବ । ୨୭, ୨୮ ଓ ୨୯ ତାରିଖରେ ସ୍ୱତନ୍ତ୍ର ପରୀକ୍ଷା ଜରିଆରେ ଶିକ୍ଷଣ ସ୍ତର ଆକଳନ ହେବ । ୧୮ ମାସ ପରେ ବିଦ୍ୟାଳୟ ଖୋଲୁଥିବାରୁ ପିଲାମାନଙ୍କର ଆବେଗିକ ଓ ମାନସିକ ଅବସ୍ଥାକୁ ଦୃଷ୍ଟିରେ ରଖି ଶିକ୍ଷକମାନେ ସେମାନଙ୍କୁ ଉଚିତ୍ ମାର୍ଗଦର୍ଶନ ଦେବେ ଓ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରାଇବେ । ଏଥିପାଇଁ ପ୍ରଥମ ଦୁଇଦିନ ୨୫ ଓ ୨୬ ତାରିଖରେ ପିଲାମାନଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗୀତା, ସଂଗୀତ ଗାନ, ଚିତ୍ରାଙ୍କନ, ମାଟିକାମ, ଉପରେ ଆଲୋଚନା କରାଯିବ । । ୨୭ ତାରିଖରେ ଓଡ଼ିଆ, ୨୮ ତାରିଖରେ ଗଣିତ ଓ ୨୯ ତାରିଖରେ ଇଂରାଜୀ ବିଷୟରେ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ସ୍ତରର ଏକ ଆକଳନ କରାଯିବ । ଏହି ଆକଳନରେ ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ । ପ୍ରଶ୍ନପତ୍ର ଓସେପା ଓ ଏସ୍.ସି.ଇ.ଆର.ଟି ତରଫରୁ ଯୋଗାଇ ଦିଆଯିବ । ଯେଉଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସୁନଥିବେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଘରକୁ ପ୍ରଶ୍ନପତ୍ର ପଠାଇ ଏହି ଆକଳନ କରାଇବେ । କରୋନା ସଂକ୍ରମଣକୁ ଦୃଷ୍ଟି ଆଗରେ ରଖି ବିଦ୍ୟାଳୟ ପରିସରକୁ ସ୍ୱଚ୍ଛ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତା ମୂଳକ କରାଯିବା ସହିତ ଥର୍ମାଲ ସ୍କ୍ରାନିଂ ଓ ସାନିଟାଇଜରର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *

Related Posts