ବାଲିଘାଟ ସୀମା ନିର୍ଦ୍ଧାରଣକୁ ନେଇ ଗୋଷ୍ଠୀ ସଂଘର୍ଷ

SHARE NOW :
ଢେଙ୍କାନାଳ(ଲାଇଭ ଓଡିଶା ନ୍ୟୁଜ): ବାଲିଘାଟ ସାମା ନିର୍ଦ୍ଧାରଣକୁ ନେଇ ହୋଇଛି ଗୋଷ୍ଠୀ ସଂଘର୍ଷ । ଏହି ଘଟଣାରେ ଆକ୍ରମଣରେ ଉଭୟ ପକ୍ଷରୁ ୬ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଯମୁନାକୋଟ ଗାଁରେ ।
ବ୍ରାହ୍ମଣୀ ନଦୀ କୂଳରେ ଥିବା ମାର୍ଥାପୁର ବାଲିଘାଟ ସୀମା ନିର୍ଦ୍ଧାରଣକୁ ନେଇ କିଛି ମାସ ହେବ ସଂଘର୍ଷ ଲାଗି ରହିଥିଲା । ଯାହାକୁ ନେଇ ଗତକାଲି ରାତିରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଗୋଷ୍ଠି ସଂଘର୍ଷରେ ଖଣ୍ଡା ଭୁଜାଲି ଆକ୍ରମଣରେ ୬ଜଣ ଗରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଉକ୍ତ ବ୍ୟକ୍ତିମାନେ ହେଲେ ଯମୁନାକୋଟ ଗାଁର ସଂଜୀବ ବାରିକ, ସର୍ବେଶ୍ୱର ବାରିକ ଓ ଶିବ ପ୍ରସାଦ ବାରିକ।
ସୂଚନା ଅନୁଯାୟୀ, ମାର୍ଥାପୁର ଗାଁରେ ଥିବା ଦୁଇ ଗୋଟି ବାଲିଘାଟକୁ ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତିରେ ଗତ ଜୁଲାଇ ମାସରେ ନିଲାମ କରାଯାଇ ସୁକୁମାର ମିଶ୍ର ଓ ସୁବ୍ରତ ସାହୁଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ନଦୀରୁ ବାଲି ଉଠାଣ ବେଳେ ସୀମା ନିର୍ଦ୍ଧାରଣକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବାଦ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ଗତ କାଲି ରାତିର ରକ୍ତପାତ ଦେଖିବାକୁ ମିଳିଛି । ଏ ନେଇ ଭୁବନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।