- Home
- »
- Breaking News
- »
- ବାବା ଧବଳେଶ୍ୱରଙ୍କ ପୀଠରେ ୧୪୪ଧାରା ଜାରି, ଫିକା ପଡିଲା କାର୍ତ୍ତିକ ମାସର ପ୍ରଥମ ସୋମବାର
ବାବା ଧବଳେଶ୍ୱରଙ୍କ ପୀଠରେ ୧୪୪ଧାରା ଜାରି, ଫିକା ପଡିଲା କାର୍ତ୍ତିକ ମାସର ପ୍ରଥମ ସୋମବାର

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): କାଲିଠୁ ଆରମ୍ଭ ହେବାକୁ ଯାଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏନେଇ ଚଳଚଞ୍ଚଳ ସମସ୍ତ ଶୈବପୀଠ । ଏହି ଦିନ ମହାଦେବଙ୍କ ଦର୍ଶନ କରି ମିଳିଥାଏ ବହୁ ପୁଣ୍ୟ ଅର୍ଜନ । କିନ୍ତୁ ଏଥର ଧବଳେଶ୍ୱର ପୀଠରେ ଦେଖିବାକୁ ମିଳିବନି ଜନଗହଳି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବାବା ଧବଳେଶ୍ୱରଙ୍କ ପୀଠରେ ଜାରି ହୋଇଛି ୧୪୪ ଧାରା । ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ କାର୍ତ୍ତିକ ମାସର ପ୍ରଥମ ସୋମବାର ପ୍ରବଳ ଗହଳି ହେବାର ସମ୍ଭାବନା ରହିଛି। ଏହାକୁ ଆଖି ଆଗରେ ରଖି ପ୍ରଥମ ସୋମବାର ଧବଳେଶ୍ୱର ପୀଠରେ ୧୪୪ଧାରା ଜାରୀ କରିଛି ଆଠଗଡ଼ ପ୍ରଶାସନ । ଭୋର ୪ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଦେଲେ ସୂଚନା ।ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ଆଖି ଆଗରେ ରଖି କାର୍ତ୍ତିକ ମାସରେ ସମସ୍ତ କାର୍ତ୍ତିକ ବ୍ରତଧାରୀ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପୀଠକୁ ନ ଆସିବାକୁ ବାରଣ କରାଯାଇଛି। ନିଜ ପ୍ରଭୁଙ୍କ ଦର୍ଶନ ପାଇ ନ ପାରିବା ଆଶଙ୍କାରେ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କାର୍ତ୍ତିକ ଆରମ୍ଭରେ ପ୍ରତି ବର୍ଷ ପୁରୀରେ ହବିଷ୍ୟାଳିଙ୍କ ଭିଡ଼ ଜମିଥାଏ।