FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆସନ୍ତା ସୋମବାର ପାଇଁ ଧବଳେଶ୍ୱର ପୀଠରେ ୧୪୪ଧାରା ଜାରି

ଆସନ୍ତା ସୋମବାର ପାଇଁ ଧବଳେଶ୍ୱର ପୀଠରେ ୧୪୪ଧାରା ଜାରି

ଆସନ୍ତା ସୋମବାର ପାଇଁ ଧବଳେଶ୍ୱର ପୀଠରେ ୧୪୪ଧାରା ଜାରି
SHARE NOW :

ଆଠଗଡ(ଲାଇଭ ଓଡିଶା ନ୍ୟୁଜ): କାର୍ତ୍ତିକ ମାସର ପ୍ରଥମ ସୋମବାର କରୋନା କଟକଣା ପାଇଁ ଫିକା ପଡିଯାଇଥିବା ବେଳେ ଆସନ୍ତାକାଲି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର । ଏନେଇ ସମସ୍ତ ର୍ଶେବ ପୀଠ ଚଳଚଞ୍ଚଳ । କିନ୍ତୁ ଭିଡକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି। ସୋମବାର ଭୋର ୪ଟାରୁ ରାତ୍ରୀ ୧୦ଟା ପର‌୍ୟ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ହବିଶ୍ୟାଳୀ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପୀଠକୁ ନଆସିବାକୁ ବାରଣ କରାଯାଇଛି। ଭିଡ଼ ଏଡାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *

Related Posts