ପୁଣି ବନ୍ଦ ହେଲା ଶିମିଳିପାଳ ଜାତୀୟ ଉଦ୍ୟାନ

SHARE NOW :
(ଶିମିଳିପାଳ)ଲାଇଭ ଓଡିଶା ବ୍ୟୁରୋ :ଦିର୍ଘ ୬ ମାସ ପରେ ଖୋଲିଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ । କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ଶିମିଳିପାଳରେ ପର୍ଯ୍ୟଟକ ପ୍ରବେଶ ନିଷେଦ୍ଧ କରାଯାଇଥିଲା । କିନ୍ତୁ କରୋନା ସଂକ୍ରମଣ ଆୟତକୁ ଆସିଲା ପରେ ଖୋଲିଥିଲା ଏହି ଜାତୀୟ ଉଦ୍ୟାନ । ଏବଂ ୬ମାସର ବ୍ୟବଧାନ ପରେ ମଧ୍ୟ ଦେଖିବାକୁ ମିଳିଥିଲା ପର୍ଯ୍ୟଟକ ଙ୍କ ଭିଡ । ହେଲେ ପୁଣି ବନ୍ଦ ରହିଛି ଶିମିଳିପାଳ । ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ କୁ ଦୃଷ୍ଟିରେ ରଖି ଶିମିଳିପାଳ ଜାତୀୟ ଉଦ୍ୟାନକୁ ଅନିର୍ଦ୍ଦିଷ୍ଠ କାଳ ପାଇଁ ବନ୍ଦ କରାଯାଇଛି ।
ଶିମିଳିପାଳ ନ୍ୟାସନାଲ ପାର୍କର ଡେପୁଟି ନିର୍ଦେଶକ ସାଇ କିରଣ ଡି ସୂଚନା ଦେଇଛନ୍ତି। ବିଶେଷ କରି ଶୀତ ଋତୁରେ ଜାତୀୟ ଉଦ୍ୟାନରେ ଭିଡ଼ ଜମାଇଥିବା ବହୁ ସଂଖ୍ୟାରେ ପର୍ଯ୍ୟଟକ ଙ୍କ ପାଇଁ ପାର୍କରେ କୌଣସି ଅଘଟଣକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।କର୍ତ୍ତୃପକ୍ଷ କହିଛନ୍ତି ଯେ ଗତ କିଛି ଦିନ ଧରି ବୃଷ୍ଟିପାତର ପ୍ରଭାବରେ ପାର୍କର ଅଧିକାଂଶ ରାସ୍ତାରେ ସଫାରି କରିବା ସମ୍ଭବ ନୁହେଁ ଏବଂ ଜାତୀୟ ଉଦ୍ୟାନରେ ଘନ କୁହୁଡ଼ି ଯୋଗୁଁ ଯାତ୍ରୀ କିମ୍ବା ସଫାରି ପାଇଁ ବିପଦଜନକ ହୋଇପାରେ, ତେଣୁ ପରିଦର୍ଶକଙ୍କୁ ଦୂରେଇ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତେବ ଏହା ପୁନଃର୍ବାର କେବେ ଯାତ୍ରୀଙ୍କ ପାଇଁ ଖୋଲାଯିବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ । ଯଦି ପାଣିପାଗରେ ଉନ୍ନତି ଆସିବା ପରେ ଏହା ଏକ କିମ୍ବା ଦୁଇ ଦିନ ମଧ୍ୟରେ ଖୋଲିପାରେ ।ଅନେକ ଦିଲ ବ୍ୟବଧାନ ପରେ ଜାତୀୟ ଉଦ୍ୟାନ ଖୋଲିବା ପରେ ଉଠା ବ୍ୟବସାୟୀ ଏବଂ ସ୍ଥାନୀୟ ବ୍ୟବସାୟୀଙ୍କ ର ଅଳ୍ପ ବହୁତ ରୋଜଗାର ହେଉଥିଲା । ଏବେ ଶିମିଳିପାଳ ବନ୍ଦ ନେଇ ସ୍ଥାନୀୟ ବ୍ୟବସାୟୀଙ୍କ ମନରେ ନିରାଶ ଖେଳିଯାଇଛି ।ଏବେ ଶିମିଳିପାଳ କୁ ଖୋଲିବା ନେଇ ଅପେକ୍ଷା ।