- Home
- »
- Breaking News
- »
- ସିମୁଳିଆ ମହୋତ୍ସବର ଶୁଭ ଉଦଘାଟନ
ସିମୁଳିଆ ମହୋତ୍ସବର ଶୁଭ ଉଦଘାଟନ

SHARE NOW :
ବାଲେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓ ପର୍ୟ୍ୟଟନ ବିଭାଗ ଅନୁଦାନ ରେ ଆୟୋଜିତ ସିମୁଳିଆ ମହୋତ୍ସବର ରେ ମାନ୍ୟବର ଜଳେଶ୍ବର ବିଧାୟକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ର, ମାନ୍ୟବର ସଦର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସ,ମାନ୍ୟବର ରେମୁଣା ବିଧାୟକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡ଼ା ଙ୍କ ସହ ଉପସ୍ଥିତ ରହି ଶୁଭ ଉଦଘାଟନ କଲେ ମାନ୍ୟବର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ଏହି ଅବସରରେ ବିଭିନ୍ନ ପ୍ରାନ୍ତ ରୁ ଆସିଥିବା କଳାକାର ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କଲେ ମାନ୍ୟବର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ସଂସ୍କୃତି ବିଭାଗ ତରଫରୁ ପରିବେଷଣ ହେଉଥିବା ସୁଗମ ସଂଗୀତ ଓ ଲୋକନୃତ୍ୟ ଉପସ୍ଥିତ ଦର୍ଶକଙ୍କ ମନମୋହିନେଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସଦା ସର୍ବଦା ଓଡ଼ିଶା ର କଳା ଓ ସଂସ୍କୃତି କୁ ବିଭିନ୍ନ କାର୍ୟ୍ୟକ୍ରମ ମାଧ୍ୟମରେ ଉଜ୍ଜୀବିତ କରିଆସିଛନ୍ତି।