FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସାର୍ ଦୋରାବଜୀ ଟାଟାଙ୍କ ୧୬୨ତମ ଜନ୍ମବାର୍ଷିକୀ ପାଳିତ

ସାର୍ ଦୋରାବଜୀ ଟାଟାଙ୍କ ୧୬୨ତମ ଜନ୍ମବାର୍ଷିକୀ ପାଳିତ

ସାର୍ ଦୋରାବଜୀ ଟାଟାଙ୍କ ୧୬୨ତମ ଜନ୍ମବାର୍ଷିକୀ ପାଳିତ
SHARE NOW :

କେନ୍ଦୁଝର(ଲାଇଭ୍ ଓଡ଼ିଶା ନ୍ୟୁଜ୍ / ଦିଗାମ୍ବର ବେହେରା): ଟାଟାଷ୍ଟିଲର ପ୍ରଥମ ଅଧ୍ୟକ୍ଷ ସାର୍ ଦୋରାବଜୀ ଟାଟାଙ୍କ ୧୬୨ତମ ଜନ୍ମବାର୍ଷିକୀ ଯୋଡ଼ା ସ୍ଥିତ ସାର୍ ଦୋରାବଜୀ ଟାଟା ବଟାନିକାଲ ପାର୍କରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି ।

ସମ୍ପ୍ର୍‌ତି କୋଭିଡ଼-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସାମାଜିକ ଦୂରତ୍ୱ ନିୟମ ରକ୍ଷା କରିବା ସହିତ ବିଭିନ୍ନ ଅନ୍‌ଲାଇନ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପ୍ରାରମ୍ଭରେ ଟାଟାଷ୍ଟିଲ ଯୋଡ଼ା ଚିଫ୍ ରାଜେଶ କୁମାର, କମ୍ପାନୀର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ସାର୍ ଦୋରାବଜୀଟାଟାଙ୍କ ସମ୍ମାନରେ ନାମିତ ଏହି ପାର୍କରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ସେହିପରି ଯୋଡ଼ା ସ୍ଥିତ ଟାଟା ଷ୍ଟିଲ ଫେରୋ ଆଲୟେଜ କାରଖାନା (ଏଫ୍‌ଏପି) ଓ ବିଚ୍ଚାକୁଣ୍ଡି ସ୍ଥିତ ମାଙ୍ଗାନିଜ ଗ୍ରୁପ୍ ଅଫ ମାଇନ୍ସ କାର୍ଯ୍ୟାଳୟରେ ଯୋଡ଼ା ଏଫ୍‌ଏପି ମୁଖ୍ୟ ଜିପି ସାହୁ, ମାଙ୍ଗାନିଜ ଗ୍ରୁପ୍ ଅଫ ମାଇନ୍ସ ମୁଖ୍ୟ ଅମିତ କୁମାର ଦୁବେ କର୍ମଚାରୀ ଓ କର୍ମଚାରୀ ସଂଘର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସାର୍ ଦୋରାବଜୀ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

Related Posts