- Home
- »
- Breaking News
- »
- ଆଜିଠୁ ଷଷ୍ଠ ଓ ସପ୍ତମ ଶ୍ରେଣୀଙ୍କ ଅଫଲାଇନ କ୍ଲାସ ଆରମ୍ଭ
ଆଜିଠୁ ଷଷ୍ଠ ଓ ସପ୍ତମ ଶ୍ରେଣୀଙ୍କ ଅଫଲାଇନ କ୍ଲାସ ଆରମ୍ଭ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଆଜିଠୁ ଆରମ୍ଭ ହୋଇଯାଇଛି ଷଷ୍ଠ ଓ ସପ୍ତମ ଶ୍ରେଣୀଙ୍କ ପାଠପଢା । କୋଭିଡ କଟକଣା ଭିତରେ ପିଲାଙ୍କର ପାଠପଢା ହେଉଛି । ଦୁଇବର୍ଷ ପରେ ପିଲାମାନେ ସ୍କୁଲ ଯାଇଥିବା ବେଳେ ଏନେଇ ଉତ୍ସାହିତ ଅଛନ୍ତି । କୋଭିଡକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯିବ ନାହିଁ । ସେମାନେ ଚାହିଁଲେ ଘରେ ବସି ମଧ୍ୟ ଅନଲାଇନରେ ପାଠ ପଢିପାରିବେ । ସ୍କୁଲରେ ପାଠପଢା ପୂର୍ବରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମାସ୍କ ପିନ୍ଧିବାଠୁ ଆରମ୍ଭ କରି ସୋସିଆଲ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ସ୍କୁଲ କର୍ତ୍ତୁପକ୍ଷ ପିଲାମାନଙ୍କର ଥର୍ମାଏ ସ୍କ୍ରିନିଂ କରିବା ସହିତ ସାନିଟାଇଜରର ବ୍ୟବସ୍ଥା ମଧ୍ୟ କରିଛନ୍ତି । ପୂର୍ବରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଅଫଲାଇନ୍ ପାଠପଢ଼ା ଆରମ୍ଭ ହୋଇଛି । ଆଜିଠୁ ଷଷ୍ଠ ଓ ସପ୍ତମ ଶ୍ରେଣୀ କ୍ଲାସ ଆରମ୍ଭ ହେବ । ଆଗକୁ ସ୍ଥିତି ଦେଖି ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ପାଇଁ ବିଚାରବିମର୍ଶ କରୁଛି ଗଣଶିକ୍ଷା ବିଭାଗ ।