- Home
- »
- Breaking News
- »
- ସ୍କୁଲ ଯିବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ
ସ୍କୁଲ ଯିବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ଆସନ୍ତା ୧୫ ନଭେମ୍ବରରୁ ରାଜ୍ୟର ସମସ୍ତ ବିଦ୍ୟାଳୟର ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯିବେ ।ଭୟଙ୍କର ମହାମାରୀ କୋରୋନା ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ଯିବା ପାଇଁ ଅନୁମତି ମିଳି ନ ଥିଲା ।ତେବେ ପୂର୍ବରୁ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପାଠ ପଢିବା ପାଇଁ ଅନୁମତି ମିଳିଥିଲା । କୋଭିଡ ନିୟମ ପାଳନ ପୂର୍ବକ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାଇ ଅଧ୍ୟୟନ କରିପାରିବେ ବୋଲି ଆଜି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପତ୍ର ସଂଖ୍ୟା-୨୧୫୮୫ ତା-୧୦ ନଭେମ୍ବର ୨୦୨୧ ଆଜି ନିମ୍ନ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସୁବର୍ଣ୍ଣପୁର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି । ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯିବା ପୂର୍ବରୁ ବିଦ୍ୟାଳୟକୁ ସାନିଟାଇଜ କରିବା ସହିତ ଡେକ୍ସ ବେଂଚ ଆଦି ବି ସାନିଟାଇଜ କରିବାକୁ ପତ୍ରରେ ନିର୍ଦ୍ଦେଶ ଦିଆଯାଇଛି । ତୃଣମୂଳ ସ୍ତରର ସମସ୍ତ ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହିତ ଆଲୋଚନା କରିବା ସହ କୋଭିଡ ନିୟମ ପାଳନ ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପତ୍ରରେ ଦର୍ଶାଯାାଇଛି । ତେବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କୋଭିଡ ନିୟମ ପାଳନ ପାଇଁ ଓ ମହାମାରୀକୁ ମୁକାବିଲା କରିବା ପାଇଁ ଜାରି କରୁଥିବା ନିର୍ଦ୍ଦେଶ ସବୁ ପାଳନ କରାଯିବ ବୋଲି ପତ୍ରରେ ଦର୍ଶାଯାଇଛି ।