ଟାଙ୍ଗିରୀ ପଂଚାୟତରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ

SHARE NOW :
ଅନୁଗୁଳ(ଲାଇଭ ଓଡିଶା ନ୍ୟୁଜ୍) : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ପଂଚାୟତରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶୁକ୍ରବାର ଦିନ ଶୁସାନ୍ତ କୁମାର ବେହେରାଙ୍କ ଦ୍ୱାରା ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ପୂର୍ବାହ୍ନରେ ବିଧାୟକ ଟାଙ୍ଗିରୀ ପଂଚାୟତ ଅଫିସ ସାମ୍ନା ଏବଂ ନୂତନ ପଂଚାୟତ କାର୍ଯ୍ୟାଳୟ ଗୃହକୁ ଉଦଘାଟନ କରିବା ସହ ହିତାଧିକାରୀମାନଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରିଥିଲେ । ଟାଙ୍ଗିରୀ ପଂଚାୟତର ସରପଂଚ ସସ୍ମିତା ପ୍ରଧାନଙ୍କ ପୌରାହିତ୍ୱରେ ୩୪ଟି ପଂଚାୟତରେ ୧୪୦୫ ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ପ୍ରଦନ କରାଯାଇଛି । ଟାଙ୍ଗିରୀ ପଂଚାୟତ ବ୍ୟତୀତ ପାଟକୁମୁଣ୍ଡା ପଞ୍ଚାୟତ, ପାତ୍ରପଡା ପଞ୍ଚାୟତ, ନୂଆଗାଁ ପଞ୍ଚାୟତ ଏବଂ କଣଲୋଇ ପଞ୍ଚାୟତରେ ମଧ୍ୟ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଛି । ତେବେ ବଣ୍ଟନ କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥୀ ଭାବେ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଜିଲ୍ଲା ପ୍ରତିନିଧି ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟା ସୁଷମା ପ୍ରଧାନ, ଛେଣ୍ଡିପଦା ବିଡିଓ ସଂଜୟ କୁମାର ଆଚାର୍ଯ୍ୟଙ୍କ ସହ ଅନ୍ୟାନ୍ୟ କର୍ମୀ ଉପସ୍ଥିତ ଥିଲେ । ଏହା ବ୍ୟତୀତ ସ୍ୱାସ୍ଥ୍ୟ କର୍ମୀ, ସମସ୍ତ ଅଙ୍ଗନବାଡି କର୍ମୀଙ୍କ ସମେତ କୃଷି ମିତ୍ର ଏବଂ ପ୍ରାଣୀ ମିତ୍ର ସହଯୋଗ କରିଥିଲେ ।