FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କୋରାପୁଟର ସ୍ୱାସ୍ଥ୍ୟକ୍ଷେତ୍ରରେ ନୂଆ ଅଧ୍ୟାୟ

କୋରାପୁଟର ସ୍ୱାସ୍ଥ୍ୟକ୍ଷେତ୍ରରେ ନୂଆ ଅଧ୍ୟାୟ

କୋରାପୁଟର ସ୍ୱାସ୍ଥ୍ୟକ୍ଷେତ୍ରରେ ନୂଆ ଅଧ୍ୟାୟ
SHARE NOW :

କୋରାପୁଟ(ଲାଇଭ ଓଡିଶା ନ୍ୟୁଜ୍‌) : ସ୍ମାର୍ଟସେବା କ୍ଷେତ୍ରରେ ଆହୁରି ଏକ ପାଦ ଆଗକୁ ନେଲା ଓଡିଶା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡିହେଲା ଅନ୍ୟ ଏକ ଜିଲ୍ଲା । କୋରାପୁଟରେ ଲେଖାଗଲା ସ୍ମାର୍ଟସେବାର ନୂଆ ଅଧ୍ୟାୟ । ଆଜି କୋରାପୁଟ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଟୁଆଲ ମୋଡରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ୧୨ ଲକ୍ଷ ହିତାଧିକାରୀ କାର୍ଡ ଦ୍ୱାରା ଉପକୃତ ହେବେ । ଜିଲ୍ଲାରେ ୮ଶହ ୬୬ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ତେବେ ଅପରାହ୍ନରେ ନବରଙ୍ଗପୁରରେ ମଧ୍ୟ ଭିସି ଜରିଆରେ ସ୍ମାର୍ଟକାର୍ଡ ବଣ୍ଟନ କରିବେ ନବୀନ ପଟ୍ଟାନୟକ । ଏହା ଦ୍ୱାରା ଜିଲ୍ଲାରେ ୩ ଲକ୍ଷ ୧୮ ହଜାର ୪୭୬ ଜଣ ହିତାଧିକାରୀ ଉପକୃତ ହେବେ । ଏଥିପାଇଁ ନବରଙ୍ଗପୁର RCD ହାଇସ୍କୁଲ ପଡିଆରେ ପ୍ରସ୍ତୁତି ଶେଷ ହୋଇଛି ।

Leave a Reply

Your email address will not be published. Required fields are marked *

Related Posts