FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସ୍ମାର୍ଟସେବାରେ ଯୋଡି ହେଲା ସୁବର୍ଣ୍ଣପୁର

ସ୍ମାର୍ଟସେବାରେ ଯୋଡି ହେଲା ସୁବର୍ଣ୍ଣପୁର

ସ୍ମାର୍ଟସେବାରେ ଯୋଡି ହେଲା ସୁବର୍ଣ୍ଣପୁର
SHARE NOW :


ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ୍‌): ସାରା ରାଜ୍ୟରେ ମାଗଣା ସ୍ୱାସ୍ଥ୍ୟ ସେବା ପାଇଁ ଉପକୃତ ହେଉଛନ୍ତି ପ୍ରତ୍ୟେକ ଲୋକ । ସମସ୍ତଙ୍କ ସ୍ୱାସ୍ଥ୍ୟ ସେବାର ଦାୟିତ୍ୱ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଉଛନ୍ତି ଲକ୍ଷ ଲକ୍ଷ ଓଡିଶା ବାସୀ । ସ୍ମାର୍ଟ ସେବାରେ ଅର୍ନ୍ତଭୁକ୍ତ ହୋଇଛି ଅନ୍ୟ ଦୁଇ ଜିଲ୍ଲା
ସାରା ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦିଆଯାଉଛି । ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରାୟ ଦେଢ଼ ଲକ୍ଷ ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ ପାଇଛନ୍ତି । ଏହାସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ମୋଟ୍ ୭୯କୋଟି ୨୨ଲକ୍ଷ ଟଙ୍କା ପ୍ରକଳ୍ପର ଉଦଘାଟନ କରାଯାଇଛି । ଏହାସହ ୧୪୮କୋଟି ୪ଲକ୍ଷ ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପର୍‌ି ବୌଦ୍ଧ ଜିଲ୍ଲାରେ ଲେଖାଯିବ ସ୍ମାର୍ଟ କାହଣୀ । ଅପରାହ୍ନରେ ବୌଦ୍ଧ ଜିଲ୍ଲାରେ ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧ଲକ୍ଷ ୮ହଜାର ୫ଶହ ୫୫ ପରିବାରର ୩ଲକ୍ଷ ୭୨ହଜାର ୩ଶହ ୮୭ଜଣ ହିତାଧିକାରୀ ସ୍ମାର୍ଟକାର୍ଡ଼ ଦ୍ୱାରା ଉପକୃତ ହେବେ । ଏହାସହ ୨୩କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ୪୬୩କୋଟିର ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

Related Posts