FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ରାୟଗଡାରେ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ରାୟଗଡାରେ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ରାୟଗଡାରେ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ
SHARE NOW :

ରାୟଗଡା (ଲାଇଭ ଓଡିଶା ନ୍ୟୁଜ): ଟଙ୍କା ପାଇଁ କେହି ଚିକିତ୍ସାରୁ ବଞ୍ଚିତ ନହୁଅନ୍ତୁ , ଚିକିତ୍ସା ଅବହେଳାରୁ କାହା ଜୀବନ ନଯାଉ, ସମସ୍ତେ ସୁଲଭ ମୂଲ୍ୟରେ ନିଜର ଚିକିତ୍ସା କରନ୍ତୁ ଏହି ଭାବନାକୁ ସାର୍ଥକ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆରମ୍ଭ କରିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଆଜି ସମୟରେ ନିଜର ଏହି ଇଚ୍ଛାକୁ ପୂରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ହେଉଛନ୍ତି ରାଜ୍ୟର ଲକ୍ଷ ଲକ୍ଷ ଲୋକ । କନ୍ଧମାଳ ପରେ ଆଜି ରାୟଗଡାରେ ସ୍ମାର୍ଟ କାର୍ଡ ବାଣ୍ଟିଲେ ନବୀନ ପଟ୍ଟନାୟକ । ସ୍ମାର୍ଟତାଲିକାରେ ଅର୍ନ୍ତଭୁକ୍ତ ହେଲା ରାୟଗଡା । ରାୟଗଡାରେ ଭିସି ଜରିଆରେ ସ୍ମାର୍ଟକାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ୱାରା ଜିଲ୍ଲାର ୨ ଲକ୍ଷ ୫୨ ହଜାର ୧୯୧ ପରିବାର ଉପକୃତ ହୋଇଛନ୍ତି । ରାୟଗଡାରେ ଉପସ୍ଥିତ ମନ୍ତ୍ରୀ ଓ ବିଧାୟକ ହିତାଧିକାରୀଙ୍କୁ ସ୍ଟାର୍ଟ କାର୍ଡ ବାଣ୍ଟିଲେ । ଏହା ସହ ରାୟଗଡା ବାସୀଙ୍କୁ ୮୭୦ ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ ମିଶନ ଶକ୍ତି ଗୋଷ୍ଠୀର ମହିଳାଙ୍କ କାମକୁ ପ୍ରଶଂସା କରିଛନ୍ତି । ତେବେ ରାୟଗଡରେ ଅନୁଷ୍ଠିତ ଏହି ବଣ୍ଟନ କାର‌୍ୟ୍ୟକ୍ରମରେ ମନ୍ତ୍ରୀ ଜଗନ୍ନାଥ ସାରକା, ଟୁକୁନି ସାହୁ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ଭଳି ଅନ୍ୟ ନେତା ଓ ବିଜେଡି କର୍ମୀ ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Related Posts