FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କେନ୍ଦୁଝରରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
SHARE NOW :

କେନ୍ଦୁଝର (ଲାଇଭ ଓଡିଶା ନ୍ୟୁଜ୍‌ ) : ସ୍ମାର୍ଟ ସେବାରେ ପାଦ ଦେଲା ଅନ୍ୟ ଏକ ଜିଲ୍ଲା । ରାଜ୍ୟକୁ ସ୍ମାର୍ଟ କରିବାର ପ୍ରତିଶ୍ରୁତି ପୂରଣ କରୁଛନ୍ତି ନବୀନ । ଉପକୃତ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ । ମାଲକାନଗିରିରୁ ଆରମ୍ଭ ହୋଇଥିବା ପ୍ରକ୍ରିୟା ଆଜି କେନ୍ଦୁଝରରେ ପହଞ୍ଚିଛି । ସୁନ୍ଦରଗଡ ପରେ କେନ୍ଦୁଝରରେ ପହଁଚିଲା ସ୍ମାର୍ଟ ସ୍ବାସ୍ଥ୍ୟସେବା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ସାମିଲ ହୋଇଛି କେନ୍ଦୁଝର । ଜିଲ୍ଲାରେ ବିଏସକେଓ୍ବାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନସିଂରେ ଉପସ୍ଥିତ ରହି ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି । ଯଦ୍ୱାରା ଜିଲ୍ଲାରେ ମୋଟ ୪ ଲକ୍ଷ ୧୯ ହଜାର ୭୮୭ ଜଣ ହିତାଧିକାରୀ ଉପକୃତ ହୋଇପାରିବେ ।
ଜିଲ୍ଲାରେ ୨୧୮ କୋଟି ଟଙ୍କାର ୬୩ଟି ନବ ନିର୍ମିତ ରାସ୍ତା ଓ ୫୦କୋଟି ଟଙ୍କାର ୧୦ଟି ପୋଲ ଉଦଘାଟନ କରିଛନ୍ତି । ୫୬ କୋଟିରୁ ଉଦ୍ଧ୍ୱ ଟଙ୍କାର ୫୬ଟି ସ୍ବାସ୍ଥ୍ୟ ଯୋଜାନାରେ ଉନ୍ନତିକରଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ମିଶନ୍ ସୁବିଦ୍ୟାରେ ୨ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ଏସଏସଡି ହଷ୍ଟେଲ୍ । ଏସବୁକୁ ଆଇଏସଓ ମାନ୍ୟତା ମିଳିଛି । ୬୫ଲକ୍ଷ ଟଙ୍କା ବ୍ୟୟରେ ବଡବିଲରେ ଏକ ଲାଇବ୍ରେରୀର ଉଦଘାଟନ କରିଛନ୍ତି । ୮୩ଟି ବହୁଭାଷୀ ସ୍କୁଲମାନଙ୍କୁ ଏକ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଛି ।
ଯଦ୍ୱାରା ୬ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟରେ ୫ଟି ଯୋଜନାରେ ୫ହଜାର ଲୋକ ଉପକୃତ ହେବ । ସେହିପରି ଦକ୍ଷତା ବିକାଶ ପାଇଁ ୧୭ ଦଶମିକ ୪କୋଟି ଟଙ୍କାର ୨ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୧୨୭ଟି ରାସ୍ତା ଓ ୧୮ଟି ପୋଲ ଓ ୨୨ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Posts