କନ୍ଧମାଳରେ ସ୍ମାର୍ଟକାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ

SHARE NOW :
କନ୍ଧମାଳ (ଲାଇଭ ଓଡିଶା ନ୍ୟୁଜ୍) : ସ୍ମାର୍ଟ ତାଲିକାରେ ସାମିଲ ହେବାକୁ ଯାଉଛି ଅନ୍ୟ ଏକ ଜିଲ୍ଲା । ବିକାଶ ରାସ୍ତାରେ ଅଗ୍ରସର ହେବ କନ୍ଧମାଳ । ଉନ୍ନତି କଲମରେ ଲେଖିବ ନୂଆ କାହାଣୀ । କନ୍ଧାମାଳରେ ପାଦ ରଖିବେ ମୁଖ୍ୟମନ୍ତ୍ରୀ । ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡିହେବ କନ୍ଧମାଳ ଜିଲ୍ଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଲବାଣୀ ଯାଇ କନ୍ଧମାଳ ଜିଲ୍ଲାରେ ଈଝକଣ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଜିଲ୍ଲାର ୧ ଲକ୍ଷ ୬୭ ହଜାର ହିତାଧିକାରୀ ଈଝକଣ ସ୍ମାର୍ଟକାର୍ଡର ଲାଭ ପାଇବେ । ଏଥିସହ ପ୍ରାୟ ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ନବୀନ ।
ସୂଚନା ମୁତାବକ ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଫୁଲବାଣୀ ମିନି ଷ୍ଟାଡିୟମରେ ପହଞ୍ଚିବେ । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସୁରକ୍ଷାକୁ ନଜରରେ ରଖି ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସୁରକ୍ଷାକୁ ନଜରରେ ରଖି ମୁତୟନ ହେବେ ୧୩ ପ୍ଲାଟୁନ ପୋଲିସ ଫୋର୍ସ । ଅନୁଗୋଳ, ଢେଙ୍କାନାଳ ପରେ ଏବଂ କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ।
ଓଡ଼ିଶାର ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଏକ ବୈପ୍ଲବିକ ଆହ୍ୱାନ । ପ୍ରତିଟି ହିତାଧିକାରୀ କିପରି ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେବେ ତାହା ରାଜ୍ୟ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ଅନେକ ସୁପର ସ୍ପେସାଲିଟ ହସ୍ପିଟାଲକୁ ରାଜ୍ୟ ସରକାର ଏହି କାର୍ଡରେ ସଂଯୋଗ କରିଛନ୍ତି । ଯଦ୍ୱାରା ସାଧାରଣ ଗରିବୀ ଲୋକଟିଏ ମଧ୍ୟ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇପାରିବେ ।