FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କୋରାପୁଟ ଓ ନବରଙ୍ଗପୁରରେ ଲେଖାଯିବ ସ୍ମାର୍ଟକାହାଣୀ

କୋରାପୁଟ ଓ ନବରଙ୍ଗପୁରରେ ଲେଖାଯିବ ସ୍ମାର୍ଟକାହାଣୀ

ଆସନ୍ତାକାଲି ସ୍ମାର୍ଟସେବାରେ ଯୋଡିହେବ ବାଲେଶ୍ୱର ଜିଲ୍ଲା
SHARE NOW :

କୋରାପୁଟ (ଲାଇଭ ଓଡିଶା ନ୍ୟୁଜ୍‌) : ସ୍ୱାସ୍ଥ୍ୟକ୍ଷେତ୍ରରେ ଆଗରେ ରହିବ ଓଡିଶା । ସ୍ମାର୍ଟକଲମରେ ଲେଖାଯିବ ନୂଆ ଅଧ୍ୟାୟ । ଆଉ ଦୁଇ ଜିଲ୍ଲାରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଆଜି କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଲେଖାଯିବ ସ୍ମାର୍ଟ କାହାଣୀ । କୋରାପୁଟ ଏବଂ ନବରଙ୍ଗପୁରରେ ହିତାଧିକାରୀଙ୍କୁ ଦେବେ ସ୍ମାର୍ଟ ସ୍ବାସ୍ଥ୍ୟସେବାର ଚାବିକାଠି ଦେବେ ନବୀନ ପଟ୍ଟନାୟକ । ଏହାଦ୍ବାର କୋରାପୁଟ ଜିଲ୍ଲାର ୧୨ ଲକ୍ଷ ହିତାଧିକାରୀ ଉପକୃତ ହେବେ । ସ୍ମାର୍ଟକାର୍ଡ ସହ କୋରାପୁଟ ଜିଲ୍ଲା ପାଇଁ ଖୋଲିବ ବିକାଶର ପେଡ଼ି । ଜିଲ୍ଲାରେ ୮ ଶହ ୬୬ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ସେହିପରି ଅପରାହ୍ନରେ ନବରଙ୍ଗପୁର ବାସୀ ପାଇବେ ସ୍ମାର୍ଟ କାର୍ଡ । ଏହା ସ୍ମାର୍ଟକାର୍ଡ ଦ୍ୱାରା ନବରଙ୍ଗପୁର ଜିଲ୍ଲାର ୩ ଲକ୍ଷ ୧୮ ହଜାର ୪୭୬ ଜଣ ହିତାଧକାରୀ ଉପକୃତ ହେବେ । ଏହାସହ ଜିଲ୍ଲାର ବିଭନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଅନେକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

Related Posts