FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ରାୟଗଡାରେ ସ୍ମାର୍ଟକାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ରାୟଗଡାରେ ସ୍ମାର୍ଟକାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ରାୟଗଡାରେ ସ୍ମାର୍ଟକାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
SHARE NOW :

ରାୟଗଡା (ଲାଇଭ ଓଡିଶା ନ୍ୟୁଜ୍‌) : କନ୍ଧମାଳ ପରେ ଆଜି ସ୍ମାର୍ଟସେବାରେ ଯୋଡି ହେବ ଅନ୍ୟ ଏକ ଜିଲ୍ଲା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅର୍ନ୍ତଭୂକ୍ତ ହେବାକୁ ଯାଉଛି ରାୟଗଡା ଜିଲ୍ଲା । ଆଜି ରାୟଗଡା ଜିଲ୍ଲାରେ ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ହେଲଥ କାର୍ଡର ଶୁଭାରମ୍ଭ କରିବେ ନବୀନ । ହେଲଥ କାର୍ଡର ଲାଭ ପାଇବେ ଜିଲ୍ଲାର ୨ ଲକ୍ଷ ୫୨ ହଜାର ୧୯୧ ପରିବାରର ୮ ଲକ୍ଷ ୩୪ ହଜାର ୫୭୦ ଜଣ ହିତାଧିକାରୀ
କାର‌୍ୟ୍ୟକ୍ରମରେ ମନ୍ତ୍ରୀ ଜଗନ୍ନାଥ ସାରକା, ଟୁକୁନି ସାହୁ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ଯୋଗଦେବାର କାର‌୍ୟ୍ୟକ୍ରମ ରହିଛି । ଏ ନେଇ ଜିସିଡି ପଡ଼ିଆରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

Leave a Reply

Your email address will not be published. Required fields are marked *

Related Posts