ଡୁଙ୍ଗୁରିପାଲି ବ୍ଲକର ଦିଗସିରା ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ ପାଠପଢା

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ବଦଳୁଛି ସମୟ ବଦଳୁଛି ରାଜ୍ୟ । ନୂଆ ନୂଆ ଯୋଜନାରେ ସମୃଦ୍ଧ ହେଉଛି ଓଡିଶା । ରାଜ୍ୟବାସୀଙ୍କୁ ସରକାର ଯୋଗାଇ ଦେଉଛନ୍ତି ସ୍ମାର୍ଟ ସୁବିଧା । ସ୍ମାର୍ଟ ଶିକ୍ଷା ଠାରୁ ଆରମ୍ଭ କରି ସ୍ମାର୍ଟ ସ୍ୱାସ୍ଥ୍ୟସେବା ଓ ଗମନାଗମନ ପର୍ଯ୍ୟନ୍ତ । ସବୁଠି ଦେଖିବାକୁ ମିଳୁଛି ଉନ୍ନତିର ଛିଟା । ଗତ କିଛି ଦିନ ହେଲା ରାଜ୍ୟ ସରକାରଙ୍କ ୫ଟି ଅଧୀନରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ରାଜ୍ୟର ସ୍କୁଲ ଗୁଡିକୁ ରୂପାନ୍ତରିତ କରାଯାଇ ସ୍ମାର୍ଟ କରାଯାଉଛି । ଏହାର ଏକ ଝଲକ ଦେଖିବାକୁ ମିଳିଛି ସୁବଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ଦିଗସିରା ସରକାରୀ ଉଚ୍ଚ ବିଦ୍ୟାଳୟରେ । ରାଜ୍ୟ ସରକାରଭ୍କ ୫ଟି ଅଧୀନରେ ଥିବା ଜିଲ୍ଲାର ୧୧ଟି ସ୍କୁଲ ମଧ୍ୟରୁ ଏହା ଅନ୍ୟତମ । ଏହି ସ୍କୁଲରେ ଦେଖିବାକୁ ମିଳିଛି ସ୍ମାର୍ଟ କ୍ଲାସ ରୁମ ସାଙ୍ଗକୁ ପେନଡ୍ରାଇଭ ଓ ୟୁଟ୍ୟୁବ ସାହଯ୍ୟରେ ପାଠପଢା । ଯାହାକୁ ସାଧାରଣ ସ୍କୁଲ ଠାରୁ ଅନ୍ୟତମ । ସ୍କୁଲର ପରିବେଶ ଏତେ ସୁନ୍ଦର ଯେ ପିଲାମାନଙ୍କୁ ସ୍ମୁଲ ଆସିବାକୁ ପ୍ରୋସ୍ôାହନ ଯୋଗାଉଛି । ସ୍କୁଲ ପରିସରରେ ଥିବା ବଗିଚା ଯାହାକି ପାଠ ପଢିବା ପାଇଁ ମନକୁ ପ୍ରଫୁଲ୍ଲିତ କରଉଛି । ସରକାରଙ୍କ ଦ୍ୱାରା ଏଭଳି କାର୍ଯ୍ୟ ପାଇଁ ସାରା ମହଲରୁ ପ୍ରଶଂସା କରାଯାଉଛି