ବାଲେଶ୍ୱରରେ ସ୍ମାର୍ଟକାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

SHARE NOW :
ବାଲେଶ୍ୱର (ଲାଇଭ ଓଡିଶା ନ୍ୟୁଜ୍) : ଟଙ୍କା ଅଭାବରୁ କେହି ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବେ ନାହିଁ । ସାଧାରଣ ଲୋକଙ୍କ ପାଇଁ ଅନେକ ସୁବିଧା ଯୋଗାଇ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ସ୍ମାର୍ଟ ହୋଇଚାଲିଛି ସ୍ୱାସ୍ଥ୍ୟ ସେବା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଉଛନ୍ତି ଓଡିଶା ବାସୀ । ସ୍ମାର୍ଟ ସ୍ୱାସ୍ଥ୍ୟସେବା ସହ ଯୋଡି ହେଲା ଉତ୍ତର ଓଡିଶାର ବାଲେଶ୍ୱର ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଗସ୍ତରେ ଯାଇ ହିତଧିକାରୀମାନଙ୍କୁ ବିଏସକେୱାଇ କାର୍ଡ ବଣ୍ଟନ କରିଛନ୍ତି । ଏଥି ସହ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ । ଏହି କାର୍ଡ ଦ୍ୱାରା ଜିଲ୍ଲାର ପ୍ରାୟ ୨୦ଲକ୍ଷ ହିତାଧିକାରୀ ହେବେ ଉପକୃତ। । ୧୨ଟି ବ୍ଲକର ୫ ଲକ୍ଷ ୧୩ ହଜାର ୩୫୨ ପରିବାରକୁ ଦାୟିତ୍ୱରେ ଥିବା ମନ୍ତ୍ରୀ, ବିଧାୟକମାନେ କାର୍ଡ ବଣ୍ଟନ କରିବେ । ପୁରୁଷ ହିତାଧିକାରୀ ୫ ଲକ୍ଷ ଓ ମହିଳା ହିତଧିକାରୀ ମାନେ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ପାଇପାରିବେ । ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ମାଇଲଷ୍ଟୋନ।୬ ଶହ ମିଶନ ଶକ୍ତି ମା’ ମାଛ ଚାଷରେ ସାମିଲ ହୋଇଥିବା ବେଳେ ମାଛ ଉତ୍ପାଦନରେ ଜାତୀୟ ସ୍ତରରେ ବାଲେଶ୍ୱର ପାଇଛି ସମ୍ମାନ। ୨୦ ଏକର ଜମିରେ ହେବ ମାଛ ମାର୍କେଟ୍, ଖର୍ଚ୍ଚ ହେବ ୫୦ କୋଟି। ଆଖପାଖ ଅଞ୍ଚଳର ମତ୍ସ୍ୟଜୀବୀ ଉପକୃତ ହେବେ। ୯୦୦ କୋଟିର ମେଗା ପାଇପ୍ ପାଣି ପ୍ରକଳ୍ପ ଖୁବଶୀଘ୍ର ଜିଲ୍ଲାରେ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।