FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଅସହାୟର ସାଥୀ ସଂକଳ୍ପ ସେବା ସଂଘ

ଅସହାୟର ସାଥୀ ସଂକଳ୍ପ ସେବା ସଂଘ

ଅସହାୟର ସାଥୀ ସଂକଳ୍ପ ସେବା ସଂଘ
SHARE NOW :

କଟକ( ଲାଇଭଓଡିଶା ବ୍ୟୁରୋ) :ପ୍ରୟାସ ନୂତନ ଜୀବନର ଏଭଳି ଏକ ସଂକଳ୍ପ ନେଇ ଆଗେଇ ଆସିଛନ୍ତି କିଛି ଯୁବ ପିଢି । ଖାଲି କଥାରେ ନୂହେଁ ବଂର କାମରେ କରି ଦେଖାଇଛନ୍ତି । ସଂକଳ୍ପ ସେବା ସଂଘର ଏହି ସଦସ୍ୟ । ଅସହାୟ ର ସାହାରା ପାଇଁ ଦିନ ରାତି ଏକ କରିଦେଇଛନ୍ତି ଏହି ସଂଗଠନର ସଦସ୍ୟ । କଟକ ବାଙ୍କୀ ମୁଖ୍ୟ ରାସ୍ତା ମୁଣ୍ଡଳି ଗୋବିନ୍ଦପୁର ନିକଟରେ ଅସହାୟ ମାନସିକ ବିକୃତ ଜଣେ ମହିଳା ବହୁତ ଦିନ ଧରି ପଡି ରହିଥିଲେ । ତାଙ୍କ ଗୋଡ଼ରେ ଏକ ବଡ ଘା ହେଇ ପୋକ ମଧ୍ୟ ହୋଇଯାଇଛନ୍ତି । ଏକଥା ସ୍ଥାନୀୟ ଲୋକ ସଂକଳ୍ପ ସେବା ସଙ୍ଘ ସଭାପତି ଚିନ୍ମୟ ପାତ୍ର ଙ୍କୁ ଜଣାଇ ଥିଲେ । ଏହାପରେ ସଂକଳ୍ପ ସେବା ସଂଘ ସଦସ୍ୟ ମାନେ ତାଙ୍କ ନିକଟରେ ପହଁଚି ଜାଣିବାକୁ ପାଇଲେ ସେ ଜଣେ ମାନସିକ ରୋଗୀ । ପଚରାଉଚରା ପରେ ଜଣା ପଡିଲା ତାଙ୍କ ନାମ ଲକ୍ଷ୍ମୀ ଏବଂ ତାଙ୍କ ଘର ଯାଜପୁର ଜିଲ୍ଲାର କୁଆଖିଆ ଠାରେ । କୌଣସି କାରଣରୁ କିଛି ଦିନ ତଳେ ଖଣ୍ଡିଆ ହୋଇଯାଇଥିଲା ଏବଂ ଚିକିତ୍ସା ଅଭାବରୁ ଗୋଡ ଟି ପଚି ଯାଇଥିଲା ଏବଂ ଅନେକ ଦିନରୁ ମୁର୍ମୁଷ ଅବସ୍ଥାରେ ସାଇ ମନ୍ଦିର ନିକଟରେ ଏକ ଦୋକାନ ଆଗରେ ପଡ଼ିରହିଥିଲେ ଏହି ମାନସିକ ବିକୃତ ମହିଳା ।କିଛି ସ୍ଥାନୀୟ ଲୋକ ପ୍ରତ୍ୟେକ ଦିନ ତାଙ୍କ ପାଇଁ ଦୁଇ ବେଳା ଖାଦ୍ୟ ଯୋଗାଇ ଦେଉଛନ୍ତି । ସେବା ସଂକଳ୍ପର ସଦସ୍ୟ ମାନେ ଡାକ୍ତରଙ୍କୁ ପରାମର୍ଶ କରି ପୋକ ହେଇଥିବା ଘା କୁ ସଫାକରି ଔଷଧ ଲଗାଇଥିଲେ । ଏହାସହ ସେହି ମହିଳାଙ୍କୁ କିଛି ମେଡ଼ିସିନ୍ ଦେବା ସହ ତାଙ୍କୁ ନୂତନ ବସ୍ତ୍ର ପିନ୍ଧାଇଛନ୍ତି । ଏବଂ ଆଗକୁ ମଧ୍ୟ ଏହି ସଂଗଠନର ସଦସ୍ୟ ଏହି ମହିଳାଙ୍କ ସମସ୍ତ ଦେଖାଶୁଣା କରିବେ ବୋଲି କଥାଦେଇଛନ୍ତି

Leave a Reply

Your email address will not be published. Required fields are marked *

Related Posts