FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସୋନପୁର ଗୃହ ଓ ପୂର୍ତ୍ତ ବିଭାଗର ମିଥ୍ୟା ରିପୋର୍ଟ ଦାଖଲ

ସୋନପୁର ଗୃହ ଓ ପୂର୍ତ୍ତ ବିଭାଗର ମିଥ୍ୟା ରିପୋର୍ଟ ଦାଖଲ

ସୋନପୁର ଗୃହ ଓ ପୂର୍ତ୍ତ ବିଭାଗର ମିଥ୍ୟା ରିପୋର୍ଟ ଦାଖଲ
SHARE NOW :

ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ):ରାଜ୍ୟ ସରକାର ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦେଉଥିବା ବେଳେ ଅଧିକାରୀ କିନ୍ତୁ ଏହାକୁ ଲୁଟିବାରେ ଲାଗିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରେ ମହାଲୁଟର ପବ ର୍ ଥମୁନାହିଁ । ଗୃହ ଓ ପୂର୍ତ୍ତ ବିଭାଗର ମନୋମୁଖୀ କାର‌୍ୟ୍ୟ ଏବେ ହାଟରେ ଯାଇ ଦାଣ୍ଡରେ ଗଡୁଛି । ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ନୂତନ କୋଠା ନିର୍ମାଣ ପାଇଁ ଗୃହ ଓ ପୂର୍ତ୍ତ ବିଭାଗକୁ ମିଳିଥିବା ୯୬ ଲକ୍ଷ ଟଂକାର ଅନୁଦାନକୁ ଗୃହ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ହରିଲୁଟ କରିଥିବା ଅଭିଯୋଗ ହୋଇଛି । ସରକାରୀ ନୀତି ନିୟମର ଖୋଲାଖୋଲି ଉଲଂଘନ କରି ଗୃହ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସରକାରଙ୍କୁ ମିଥ୍ୟା ୟୁ ସି ରିପୋର୍ଟ ଦେଇଛନ୍ତି । ସରକାରୀ ଅନୁଦାନ କୋଠା ନିର୍ମାଣରେ ଖର୍ଚ୍ଚ ନ କରାଯାଇ ମହାବିଦ୍ୟାଳୟରେ ପାଚେରୀ ନିର୍ମାଣ କରାଯାଇଛି । ନିର୍ବାହୀ ଯନ୍ତ୍ରୀ ଠିକାଦାରଙ୍କ ସହିତ ସଲାସୁତୁରା କରି ଏଭଳି ଘୋଟାଲା କରିଥିବା ଅଭିଯୋଗ ହେଉଛି । ନିର୍ବାହୀ ଯନ୍ତ୍ରୀ ଏହି ଘଟଣାର ପ୍ରତିକ୍ରିୟା ଦେବା ପାଇଁ ମନା କରୁଥିବା ବେଳେ ଜିଲ୍ଲାପାଳ ବି ଏହି ପ୍ରଶ୍ନକୁ ଏଡେଇଯାଇ ମହାବିଦ୍ୟାଳୟର କୋଠା ତିଆରି କରାଯିବ ବୋଲି କହିଛନ୍ତି । ସରକାରୀ ନୀତିନିୟମର ଖୁଲମଖୁଲା ଉଲ୍ଲଙ୍ଘନ କରାଯାଇ ଯେଉଁଭଳି ଭାବେ ସରକାରୀ ଅନୁଦାନର ଦୁରୁପଯୋଗ ହୋଉଛି ତାହା ଜିଲ୍ଲାର ପ୍ରଶାସନିକ ବ୍ୟାବସ୍ଥା ଉପରେ ପ୍ରଶ୍ନଚିହ୍ନ ଛିଡା କରିଛି ।

Leave a Reply

Your email address will not be published. Required fields are marked *

Related Posts