- Home
- »
- Breaking News
- »
- ଖୁବଶୀଘ୍ର ପୁରୀ ଚାଷୀଙ୍କୁ ମିଳିବ କାଳିଆ ଯୋଜନା ଟଙ୍କା
ଖୁବଶୀଘ୍ର ପୁରୀ ଚାଷୀଙ୍କୁ ମିଳିବ କାଳିଆ ଯୋଜନା ଟଙ୍କା

SHARE NOW :
ପୁରୀ(ଲାଇଭ ଓଡିଶା ନ୍ୟୁଜ): ପୁରୀ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର । ପିପିଲି ଉପନିର୍ବାଚନ ପାଇଁ ଅଟଳିଯାଇଥିବା କାଳିଆ ଯୋଜନା ଟଙ୍କା ଖୁବଶୀଘ୍ର ଚାଷୀମାନଙ୍କୁ ମିଳିବ । ଜିଲ୍ଲାର ୧ଲକ୍ଷ ୬୫ହଜାର ଚାଷୀଙ୍କ ପାିଁ ୩୩କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ସିଧାସଳଖ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ । ସେପ୍ଟେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ୩୭,୧୨,୯୪୧ ଜଣ ଚାଷୀଙ୍କୁ ୭୪୨.୫୮ କୋଟି ଟଙ୍କାର କାଳିଆ ସହାୟତା ବଣ୍ଟନ କରିଥିଲେ । ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲାର ଚାଷୀଙ୍କୁ ସହାୟତା ମିଳିନଥିଲା । ରାଜ୍ୟର କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ପରିବାରମାନଙ୍କୁ କୃଷି କାର୍ୟ୍ୟରେ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା କାର୍ୟ୍ୟକାରୀ କରିଛନ୍ତି । ସାରା ଦେଶରେ ଚାଷମାନଙ୍କ କଲ୍ୟାଣ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ।ଏଥିରେ ଚାଷୀମାନେ ବିଭିନ୍ନ କୃଷିସାମଗ୍ରୀ ଯଥା – ବିହନ, ସାର ତଥା କୀଟନାଶକ ଓ କୃଷି ଯନ୍ତ୍ରପାତି କିଣିବା ପାଇଁ ଆନୁସଂଗିକ ଆର୍ଥିକ ସୁବିଧା ପାଇପାରୁଛନ୍ତି। ସେହିପରି ଭୂମିହୀନ କୃଷି ପରିବାରମାନେ ମଧ୍ୟ ରୋଜଗାର ବୃଦ୍ଧି ପାଇଁ ବିଭିନ୍ନ ଆନୁସଂଗିକ କୃଷି କାର୍ୟ୍ୟ କରିପାରୁଛନ୍ତି ।