FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା , ସହଜରେ କରିପାରିବେ ଜଗା ଦର୍ଶନ

ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା , ସହଜରେ କରିପାରିବେ ଜଗା ଦର୍ଶନ

ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା , ସହଜରେ କରିପାରିବେ ଜଗା ଦର୍ଶନ
SHARE NOW :

ପୁରୀ(ଲାଇଭ ଓଡିଶା ନ୍ୟୁଜ): ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ନୂଆ ବ୍ୟବସ୍ଥା । ଜଗନ୍ନାଥଙ୍କୁ ସହଜରେ କରିବେ ଦର୍ଶନ । ସେଥିପାଇଁ ପ୍ରଶାସନ ପକ୍ଷରୁ ହେଉଛି ସ୍ୱତନ୍ତ୍ର ବ୍ୟବସ୍ଥା । ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ର‌୍ୟାଂପ୍ ନିର୍ମାଣ ହେଉଛି । ଉତ୍ତର ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ। ଦଶରୁ ଅଧିକ ହୁଇଲ ଚେୟାରର ବ୍ୟବସ୍ଥା କରାଯାଇଛି। ୱାଇବିପି ସ୍ୱେଚ୍ଛାସେବୀମାନେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ କରାଇବେ। ଡ୍ରେସକୋଡ଼ ଓ ଦିବ୍ୟାଙ୍ଗ ଶ୍ରଦ୍ଧାଳଙ୍କ ଦର୍ଶନ ବ୍ୟବସ୍ଥା ନେଇ ଗାଇଡ଼ଲାଇନ ଆସିବ। ଆସନ୍ତା ୨ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ। ଏଥିରେ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ସହ ଅନେକ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।

Leave a Reply

Your email address will not be published. Required fields are marked *

Related Posts