FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଆଜି ଠାରୁ ସ୍ପୁଟନିକ-ଭି ଟିକାକରଣ ଆରମ୍ଭ

ଆଜି ଠାରୁ ସ୍ପୁଟନିକ-ଭି ଟିକାକରଣ ଆରମ୍ଭ

ଆଜି ଠାରୁ ସ୍ପୁଟନିକ-ଭି ଟିକାକରଣ ଆରମ୍ଭ
SHARE NOW :

ଭୁବନେଶ୍ୱର (ଲାଇଭ୍ଓଡ଼ିଶା ନ୍ୟୁଜ୍‌): ଆଜି ଠାରୁ ଭୁବନେଶ୍ୱରରେ ସ୍ପୁଟନିକ-ଭି ଟିକା ପ୍ରଦାନ କରାଯିବ। ଭୁବନେଶ୍ୱର କେୟାର ହସ୍ପିଟାଲ ପକ୍ଷରୁ ପ୍ରଥମେ ସ୍ପୁଟନିକ-ଭି ଟିକା ଅଣାଯାଇଛି। ଡକ୍ଟର ରେଡି ଲ୍ୟାବ୍‌ର କର୍ମଚାରୀମାନଙ୍କୁ ପ୍ରଥମେ ଏହା ଦିଆଯିବ। ପ୍ରଥମ ଦିନରେ ୧୮ ବର୍ଷରୁ ଅଧିକଙ୍କୁ ୨୦ଟି ଏବଂ ୪୫ ବର୍ଷରୁ ଅଧିକଙ୍କୁ ୨୦ଟି ଟିକା ଦିଆଯିବ। ୧୮ବର୍ଷରୁ ଅଧକ ବୟସ୍କଙ୍କ ପାଇଁ ଆଜିଠାରୁ ୪ଦିନର ସମସ୍ତ ସ୍ଲଟ ବୁକ୍ ସରିଛି। ପ୍ରଥମ ପର୍ଯ୍ୟାୟରେ ୬୦୦ ଡୋଜ ଟିକା ଆସିଛି। ଟିକା ନେଉଥିବା ଲୋକ ଅଧଘଣ୍ଟା ଅବଜର୍ଭେସନ୍‌ରେ ରହିବେ। ଦିନ ୧୦ଟା ରୁ ଅପରାହ୍ନ ୪ଟା ଭିତରେ ଟିକା ଦିଆଯିବ। ଏଥି ପାଇଁ ଥିବା ସମସ୍ତ ସରକାରୀ ନିୟମ ପାଳନ କରାଯିବ ବୋଲି କେୟାର ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଭ୍ୟାକସିନ୍ ଡୋଜ୍ ପିଛା ୧୧ ଶହ ୪୫ ଟଙ୍କା ଧାର୍ଯ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *

Related Posts