FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଭତ୍ତା ପ୍ରଦାନରେ ଅବହେଳା ଯୋଗୁ ଜିଲ୍ଲା ପ୍ରଶାସନ ଆଗରେ ହିତାଧୀକାରୀମାନଙ୍କ ଅଭିଯୋଗ

ଭତ୍ତା ପ୍ରଦାନରେ ଅବହେଳା ଯୋଗୁ ଜିଲ୍ଲା ପ୍ରଶାସନ ଆଗରେ ହିତାଧୀକାରୀମାନଙ୍କ ଅଭିଯୋଗ

ଭତ୍ତା ପ୍ରଦାନରେ ଅବହେଳା ଯୋଗୁ ଜିଲ୍ଲା ପ୍ରଶାସନ ଆଗରେ ହିତାଧୀକାରୀମାନଙ୍କ ଅଭିଯୋଗ
SHARE NOW :

ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପଂଚମହଲା ପଂଚାୟତର ବରିଷ୍ଠ ନାଗରିକ ମାନେ ଜିଲ୍ଲା ପ୍ରଶାସନ ଆଗରେ ଭତ୍ତା ପ୍ରଦାନରେ ପଂଚାୟତ ସମିତି କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ ଗ୍ରାମ ପଂଚାୟତରେ ବାର୍ଦ୍ଧକ୍ୟ ଭତ୍ତା ,ବିକଳାଙ୍ଗ ଭତ୍ତା ଓ ବିଧବା ଭତ୍ତା ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଉଥିଲା ।ଏବେ ହିତାଧିକାରୀମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଭତ୍ତା ପ୍ରଦାନ କରାଯାଉଛି ।ଫଳରେ ବୟସର ଅପରାହ୍ନରେ ପହଂଚିଥିବା ଲୋକେ ଦୁର୍ବଳ ସ୍ବସ୍ଥ୍ୟ ଯୋଗୁଁ ୧୦ କିଲୋମିଟରୁ ଅଧିକ ଦୂରକୁ ଭତ୍ତା ଟଂକା ଆଣିବା ପାଇଁ ଯାଇ ପାରୁ ନାହାନ୍ତି ।ଭତ୍ତା ଟଂକା ଗ୍ରାମ ପଂଚାୟତ କାର‌୍ୟ୍ୟାଳୟରେ ହିଁ ପ୍ରଦାନ କରିବା ପାଇଁ ସରପଂଚଙ୍କ ପାଖରୁ ଆରମ୍ଭ କରି ପଂଚାୟତ ସମିତି କର୍ତ୍ତୃପକ୍ଷଙ୍କ ପାଖରେ ଗୁହାରୀ କରିଛନ୍ତି ।ହେଲେ ଏ ଦିଗରେ କେହି କାର୍ଯ୍ୟାନୁଷ୍ଠାନ ନେଇ ଭତ୍ତା ସିଧାସଳଖ ହିତାଧିକାରୀଙ୍କୁ ଦେବା ପାଇଁ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ।

ଏବେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଭତ୍ତା ପ୍ରଦାନ କରାଯାଉଥିବାରୁ ହିତାଧିକାରୀମାନେ ଦୂରବାଟ ଭତ୍ତା ଟଂକା ନେବାକୁ ଯାଇ ନ ପାରି ଅନ୍ୟର ଆଶ୍ରୟ ନେବାକୁ ପଡୁଛି ।ତେବେ ଗ୍ରାମ ପଂଚାୟତରେ ଏହି ଭତ୍ତା ରାଶି ପ୍ରଦାନ କରାଗଲେ ହିତାଧିକାରୀମାନେ ନିଜସ୍ବ ଖର୍ଚ୍ଚ କରି ପାରିବେ ବୋଲି ଦାବୀ କରିଛନ୍ତି ।ଭତ୍ତାପ୍ରଦାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।ଜିଲ୍ଲାପାଳ ହିତାଧିକାରୀଙ୍କୁ ଗ୍ରାମ ପଂଚାୟତ ସଦର ମହକୁମାରେ କିଭଳି ଭତ୍ତା ପ୍ରଦାନ କରାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବାକୁ ପଂଚାୟତ ସମିତି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେ

Leave a Reply

Your email address will not be published. Required fields are marked *

Related Posts