FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଆଜି ଠାରୁ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଆଜି ଠାରୁ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଆଜି ଠାରୁ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା
SHARE NOW :

ଭୁବନେଶ୍ୱର (ଲାଇଭ ଓଡ଼ିଶା): ଆଜି ଠାରୁ ଆରମ୍ଭ ହୋଇଛି ଯୁକ୍ତ ୨ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବିଜ୍ଞାନ,ବାଣିଜ୍ୟ, ଧନ୍ଦାମୂଳକ ଥୁଓରି ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନରେ କଳା ଓ ବାଣିଜ୍ୟ ବିଭାଗର ଓଡିଆ ବିଷୟ ପରୀକ୍ଷା ରହିଛି । 

ମେ ୯ ତାରିଖରୁ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଆରମ୍ଭ ହେବ । ପ୍ରତିଦିନ ପୂର୍ବାହ୍ନ ୯ଟାରୁ ପରୀକ୍ଷା ଆରମ୍ଭ ହେଉଛି । ୩୦ମିନିଟ ପୂର୍ବରୁ ପରିକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିଛନ୍ତି । ତେବେ ଚଳିତ ବର୍ଷ ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେବେ । ୧୧୩୩ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ପରୀକ୍ଷା ପରିଚାଳନା ହବ ହୋଇଛି । 

କରୋନା ପାଇଁ ଦୁଇ ବର୍ଷ ପରେ ଯୁକ୍ତଦୁଇ ଅଫଲାଇନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିପରି ପ୍ରଚଣ୍ଡ ଖରାକୁ ନଜରରେ ରଖି ପରିକ୍ଷାର୍ଥୀଙ୍କ ପାଇଁ ବନ୍ଦୋବସ୍ତ କରାଯାଇଛି । ପରୀକ୍ଷା କେନ୍ଦ୍ରରେ ଥଣ୍ଡା ପାଣି ସହ ଓଆରଏସ ମହଜୁତ ରଖାଯାଇଛି ।

Leave a Reply

Your email address will not be published. Required fields are marked *

Related Posts