ଏସଟିଏଫର ଚଢାଉ, ଜୀବନ୍ତ ବଜ୍ର କାପ୍ତା ଉଦ୍ଧାର

SHARE NOW :
କନ୍ଧମାଳ( ଲାଇଭ ଓଡିଶା ନ୍ୟୁଜ୍) : ବନଖଣ୍ଡ ଅନ୍ତର୍ଗତ ଜକିକିଆ ଗାଁ ନିକଟରେ ଏସଟିଏଫର ଚଢାଉ । ଏଗାର କିଲୋ ଓଜନ ର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ଏସଟିଏଫ ଟିମ୍ । ବଜ୍ରକାପ୍ତା ଚାଲାଣ କାରୀ ଙ୍କ ପରିଚୟ ସୁଡ୍ରକ୍ଷ ଗାଁ ର ଶିବାନନ୍ଦ ମଳିକ ଓ ବାରଖମା ରାଷ୍ଟ୍ର ଭୋଇ ବୋଲି ଜଣାପଡିଛି । ତେବେ ଚାଲାଣ କାରୀ ମାନେ ଅନ୍ୟ ରାଜ୍ୟକୁ ଚାଲାଣ ବେଳେ ଏସ ଟି ଏଫ ଟିମ ଧରିଥିବା ଜଣାପଡିଛି । କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବନ ଖଣ୍ଡ ଅଞ୍ଚଳ ରେ ଦିନକୁ ଦିନ ବଜ୍ରକାପ୍ତା ଚୋରା ଚାଲାଣ ବୃଦ୍ଧି ପାଇଛି । ପୂର୍ବରୁ ମଧ୍ୟ ଏସ୍.ଟି.ଏଫ୍ ର ଟିମ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢାଉ କରି ବାଲିଗୁଡା ମିଡ଼ିଆକିଆ ଅଂଚଳ ରୁ ବଜ୍ରକାପ୍ତା ଜିଅନ୍ତା ଉଦ୍ଧାର ହୋଇଥିବା ବେଳେ ପୁଣି ଏକ ଘଟଣା ସାମନା କୁ ଆସିଛି । ଏହି ଚାଲାଣ ପଛରେ ବଡ଼ ରାକେଟ କାମ କରୁ ଥିବା ଅନୁମାନ କରାଯାଇଛି ।