- Home
- »
- Breaking News
- »
- ଛାତ୍ର ଛାତ୍ରୀଙ୍କ ଦ୍ଵାରା ୧୮ ନଂ ଜାତୀୟ ରାଜପଥର ତକତପୁର ଛକ ନିକଟରେ ଅବରୋଧ
ଛାତ୍ର ଛାତ୍ରୀଙ୍କ ଦ୍ଵାରା ୧୮ ନଂ ଜାତୀୟ ରାଜପଥର ତକତପୁର ଛକ ନିକଟରେ ଅବରୋଧ

SHARE NOW :
ମୟୂରଭଞ୍ଜ(ଲାଇଭ ଓଡିଶା ନ୍ୟୁଜ): ମୟୂରଭଞ୍ଜ ତକତପୁର ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀ ଅଶାନ୍ତି। ଛାତ୍ର ଛାତ୍ରୀଙ୍କ ଦ୍ୱାରା ୧୮ ନଂ ଜାତୀୟ ରାଜପଥର ତକତପୁର ଛକରେ ରାସ୍ତା ଅବରୋଧ। ଜାତୀୟ ରାଜପଥର ଉଭୟ ପଟେ ଲମ୍ବା ଧାଡିରେ ଗାଡି ଅଟକି ରହିଛି। ଗତ ତିନି ଦିନ ପୂର୍ବରୁ ମହାବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ ରଖିଥିବା ବେଳେ ଆନ୍ଦୋଳନ ଚାଲୁ ରହିଥିଲା। ଅଧକ୍ଷାଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ଆଜି ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ସୂଚନାଯୋଗ୍ୟ ଏମପିସି ସ୍ଵୟଂଶାସିତ ମହାବିଦ୍ୟାଳୟରେ ପୁନଃ ନାମ ଲେଖା ଫି ହ୍ରାସ ଦାବୀରେ ଲଗାତାର ଦୁଇ ଦିନ ତାଲା ବନ୍ଦ ଆନ୍ଦୋଳନରେ ବସିଥିଲେ ଏବଂ ସାତ ତାରିଖ ଯାଏଁ ସମୟ ନେଇଥିଲେ। ଆଜି ଛାତ୍ର ଛାତ୍ରୀଙ୍କ ଦାବି ପୂରଣ ହୋଇନଥିବା ବେଳେ ୧୮ନଂ ଜାତୀୟ ରାଜପଥକୁ ତକତପୁର ଛକ ନିକଟରେ ଅବରୋଧ କରିଛନ୍ତି। ଆନ୍ଦୋଳନ ସ୍ଥଳରେ ବାରିପଦା ଟାଉନ ପୋଲିସ, ଏସ୍ଡିପିଓ ଉପସ୍ଥିତ ରହି ଆନ୍ଦୋଳନରତ ଛାତ୍ର ଛାତ୍ରୀଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି।