- Home
- »
- Breaking News
- »
- ସୁବର୍ଣ୍ଣପୁରରେ ୫୯ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ଅନୁଷ୍ଠିତ
ସୁବର୍ଣ୍ଣପୁରରେ ୫୯ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲାରେ ୫୯ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ଯୋଗ ଦେଇ ଗୃହରକ୍ଷୀ ବାହିନୀର ପରେଡ଼ ପରିଦର୍ଶନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ। ପୋଲିସ ବାହିନୀରେ ଗୃହରକ୍ଷୀ ଙ୍କ ଭୂମିକା ବର୍ଣ୍ଣନା କରିବା ସହିତ ଅପରାଧ ରୋକିବାରେ ତାଙ୍କର ସହଯୋଗ କାମନା କରିଥିଲେ। ତେବେ ତୃଣମୂଳ ସ୍ତରରେ ସମାଜରେ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ଗୃହରକ୍ଷୀ ମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା କହିଥିଲେ। ଦୈବୀ ଦୁର୍ବିପାକରୁ ଆରମ୍ଭ କରି ଅପରାଧ ନିୟନ୍ତ୍ରଣ ଓ ଜନସାଧାରଣଙ୍କୁ ସହଯୋଗ କରୁଥିବା ଗୃହରକ୍ଷୀ ବାହିନୀ ସମାଜ ସୁଧାରକ ଭାବେ କାର୍ୟ୍ୟ କରୁଛି ବୋଲି ମତ ପ୍ରକାଶ କରିଥିଲେ। ଏହି ଉତ୍ସବରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ ସହରର ଅନେକ ବୁଦ୍ଧିଜୀବୀ ,ସାମ୍ବାଦିକ , ଆଇନଜୀବୀ ସାମିଲ ହୋଇଥିଲେ । କୋଭିଡ କଟକଣା ସହିତ ଏହି ଉତ୍ସବ ପାଳନ କରାଯାଇଥିବା ବେଳେ କୋଭିଡ ସମୟରେ ଗୃହରକ୍ଷୀ ବାହିନୀର କାର୍ୟ୍ୟକୁ ସଭିଏଁ ଭୁୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଗୃହରକ୍ଷୀ ମାନେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିବା ବେଳେ ଅଧିକାଂଶ ଗୃହରକ୍ଷୀ ରକ୍ତ ଦାନ କରିଥିଲେ ।