- Home
- »
- Breaking News
- »
- ସୁବର୍ଣ୍ଣପୁର ଶିଶୁ ଚୋରୀ ଘଟଣା, ଆସିଲା ଶିଶୁ ହସ୍ତାନ୍ତରର ସିସିଟିଭି ଫୁଟେଜ
ସୁବର୍ଣ୍ଣପୁର ଶିଶୁ ଚୋରୀ ଘଟଣା, ଆସିଲା ଶିଶୁ ହସ୍ତାନ୍ତରର ସିସିଟିଭି ଫୁଟେଜ

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଚୋରୀ ହେବାର ୧୨ ଘଣ୍ଟା ବିତି ଯାଇଥିଲେ ବି ଏଯାଏଁ ଶିଶୁର କୌଣସି ସନ୍ଧାନ ମିଳିନାହିଁ । ତେବେ ଶିଶୁ ହସ୍ତାନ୍ତରର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଶିଶୁ କନ୍ୟାର ଜେଜେ ମା ବା ପ୍ରସୂତିିଙ୍କ ମା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଫାଟକରେ ଅନ୍ୟ ଜଣେ ମହିଳାଙ୍କ ସହତି ଦୀର୍ଘ ସମୟ ଧରି କଥାବାର୍ତ୍ତା ହେଉଥିବା ସିସିଟିଭି ଭିଡିଓରେ ଦେଖିବାକୁ ମିଳିଛି । ଶୌଚାଳୟ ନିକଟରେ ଦୀର୍ଘ ସମୟ ଶିଶୁ କନ୍ୟାଟିକୁ ଧରି ଅପରିଚିତ ମହିଳାଙ୍କ ସହିତ କଥାବାର୍ତ୍ତା ହେବା ପରେ ପ୍ରସୂତି ସନ୍ତୋଷିନୀଙ୍କ ମା ଶିଶୁ କନ୍ୟାଟିକୁ ଅପରିଚିତ ମହିଳାଙ୍କୁ ହସ୍ତାନ୍ତର କରିଛନ୍ତି । ତେବେ ଶିଶୁ କନ୍ୟାଟିକୁ ନେଇ ଫେରାର ହୋଇଯାଇଥିବା ମହିଳାଜଣକ ମୁହଁରେ ମାକ୍ସ ପିନ୍ଧି ଥିବାରୁ ତାଙ୍କ ପରିଚୟ ଜଣା ପଡୁନାହିଁ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ସଦର ଟାଉନ ଥାନାରେ ଅପହୃତା ଶିଶୁ କନ୍ୟାର ପିତା ମାତା ,ଜେଜେମାଙ୍କୁ ଅଟକ ରଖି ଘଟଣାର ଅନୁସନ୍ଧାନ କରୁଛନ୍ତି । ତେବେ ଶିଶୁ କନ୍ୟାଟିକୁ ହସ୍ତାନ୍ତର କରିଥିବା ଜେଜେମା ଜାଣି ଶୁଣି ଶିଶୁଟିକୁ ଅନ୍ୟ ହାତରେ ଟେକି ଦେଇଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି । ହେଲେ ଜେଜେମା ଖାଲି ଗଣମାଧ୍ୟମ ନୁହେଁ ପୋଲିସକୁ ବି ମିଥ୍ୟା କହୁଥିବା ଅନୁମାନ କରାଯାଉଛି । ତେବେ ପୋଲିସ ଏହି ଘଟଣାକୁ ବେଶ ସମ୍ବେଦନଶୀଳ ଭାବେ ଗ୍ରହଣ କରି ଅନୁସଂଧାନ ଜାରି ରଖିଛି ।