FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପଦବୀ ପୂରଣ ଦାବୀ

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପଦବୀ ପୂରଣ ଦାବୀ

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପଦବୀ ପୂରଣ ଦାବୀ
SHARE NOW :

ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ):ମହାମାରୀ କୋରୋନା ତଥା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ଗାଇଡ ଲାଇନକୁ ଧିରେ ଧିରେ କଡାକଡି କରାଯାଉଛି ।ଏହି ବେଳାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ବିପର‌୍ୟ୍ୟସ୍ତ ସ୍ବାସ୍ଥ୍ୟ ସେବା ଚିକିତ୍ସା ଉପରେ ପ୍ରଶ୍ନ କରିଛି ଜିଲ୍ଲା ବିଜେପି ।ଏବେ ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବା ବିପର‌୍ୟ୍ୟସ୍ତ ହୋଇଥିବା ବେଳେ ଗ୍ରାମାଂଚଳରେ ବି ଜନସାଧାରଣ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ପାଉ ନ ଥିବା ବିଜେପିର ବରିଷ୍ଠ ନେତା ବଳଦେବ ବେଦବାଗ ଅଭିଯୋଗ କରିଛନ୍ତି ।କୋରୋନାର ଭୟଙ୍କର ପ୍ରଭାବରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ପାରିନାହିଁ ।ତେବେ ଓମିକ୍ରନ ଭୟ ଜନସାଧାରଣଙ୍କୁ ଘାରି ଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ବିଶେଷକରି ମାତ୍ର ୪୦ ପ୍ରତିଶତ ଡାକ୍ତର ,ଷ୍ଟାଫ ନର୍ସ ଥିବା ବେଳେ ୬୦ ପ୍ରତିଶତ ପଦବୀ ଖାଲି ପଡିଛି ।ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡୋଶୀ ଜିଲ୍ଲାର ପ୍ରାୟ ୪୦ଟି ପଞ୍ଚାୟତ ଲୋକେ ନିର୍ଭର କରୁଥିବାରୁ ଆବଶ୍ୟକ ପଦପଦବୀ ପୂରଣ ସହିତ ଭିତ୍ତିଭୂମୀ ର ବିକାଶ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବୀ ହୋଇଛି ।ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସ୍ବାସ୍ଥ୍ୟ ସଂପୂର୍ଣ୍ମ ଭଲ ରହିଥିଲେ ଏହି ଓମିକ୍ରୋନ ପରି ମହାମାରୀକୁ ପରାସ୍ତ କରାଯାଇ ପାରିବ ବୋଲି ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *

Related Posts