FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ପର୍ଯ୍ୟଟନୀୟ ବିଭବରେ ଭରପୁର ସୁବର୍ଣ୍ଣପୁର ଜିଲ୍ଲା

ପର୍ଯ୍ୟଟନୀୟ ବିଭବରେ ଭରପୁର ସୁବର୍ଣ୍ଣପୁର ଜିଲ୍ଲା

ପର୍ଯ୍ୟଟନୀୟ ବିଭବରେ ଭରପୁର ସୁବର୍ଣ୍ଣପୁର ଜିଲ୍ଲା
SHARE NOW :

ସୁବର୍ଣ୍ଣପୁର (ଲାଇଭ ଓଡିଶା ନ୍ୟୁଜ): ପର୍ଯ୍ୟଟନୀୟ ବିଭବରେ ଭରପୁର ସୁବର୍ଣ୍ଣପୁର ଜିଲ୍ଲା ।କୃଷିକୁ ବାଦ ଦେଲେ ପର୍ଯ୍ୟଟନ ଓ ହସ୍ତତନ୍ତ ଜିଲ୍ଲାର ଆର୍ଥିକ ବିକାଶରେ ସହାୟକ ହୋଇ ପାରିଛି ।ହେଲେ ପର୍ଯ୍ୟଟନ କ୍ଷେତ୍ର ଗୁଡିକର ଭିତ୍ତିଭୂମୀର ବିକାଶ କରାଯାଇ ପାରୁ ନ ଥିବା ଅଭିିଯୋଗ ହେଉଛି ।ସହରରେ ଅଷ୍ଟ ଶମ୍ଭୁ ,ଅଷ୍ଟ ବିଷ୍ଣୁ, ଅଷ୍ଟ ଚଣ୍ଡୀଙ୍କ ସମେତ ଅଷ୍ଟୋତ୍ତର ୧୦୮ ମନ୍ଦିର ରହିଛି ।ସଦର ମହକୁମାର ଅନତି ଦୂରରେ ରହିଛି କୋଟସମଲାଇର ପାତାଳୀ ଶ୍ରୀକ୍ଷେତ୍ର , ଖଲିଆପାଲିର ଭୀମଭୋଇ ସମାଧୀ ପୀଠ ,ଚରଦାର କପିଳେଶ୍ବର ଶୈବପୀଠ ,ବୈଦ୍ୟନାଥର କୋଶଳେଶ୍ବର ଶୈବପୀଠ ସହିତ ବୀରମହାରାଜପୁର ଗୋଧନେଶ୍ବର ଓ ହରିହରଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ ରହିଛି ।ଏହାବାଦ ଏବେ ମା ମେଟାକାନୀଙ୍କ ମନ୍ଦିର ରାଜ୍ୟର ଅନ୍ୟତମ ପର୍ଯ୍ୟଟନ ପୀଠର ମାନ୍ୟତା ପାଇଛି ।ତେବେ ସଦର ମହକୁମାର ପ୍ରାଚୀନ ସୁବର୍ଣ୍ଣମେରୁ ଓ ରାମେଶ୍ବରଙ୍କ ସମେତ ଇଷ୍ଟଦେବୀ ମା ସୁରେଶ୍ବରୀଙ୍କ ପୀଠକୁ ବର୍ଷସାରା ହଜାର ହଜାର ଶ୍ରଦ୍ଧାଳୁ , ପର‌୍ୟ୍ୟଟକ ଓ ଗବେଷକଙ୍କ ସୂଅ ଛୁଟୁଛି ।ସେହିପରି ସଦର ମହକୁମାର ଦୁଇଟି ପାର୍ଶ୍ବରେ ଚୀରସ୍ରୋତା ମହାନଦୀ ଓ ତେଲନଦୀ ପ୍ରବାହିତ ହେଉଛି ।ଉଭୟ ନଦୀର କୂଳର ବିିକାଶ କରିବା ପାଇଁ ଦାବୀ ହେଉଛି ।ତେବେ ପର୍ଯ୍ୟଟନ କ୍ଷେତ୍ର ଗୁଡିକର ବିକାଶ କରିବା ସହିତ ଯାତ୍ରୀ ଓ ପର‌୍ୟ୍ୟଟକମାନଙ୍କ ପାଇଁ ସର୍ବନିମ୍ନ ବ୍ୟବସ୍ଥା କଲେ ଜିଲ୍ଲାର ଅର୍ଥନୈତିକ ବିକାଶ ହୋଇ ପାରିବ ।ହେଲେ ରାଜ୍ୟ ସରକାର ଅବା ଜିଲ୍ଲା ପ୍ରଶାସନ ଏ ଦିଗରେ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି ।ଅପରପକ୍ଷରେ ଉଭୟ ନଦୀ କୂଳର ବିକାଶ ସହିତ ପର୍ଯ୍ୟଟନ ପୀଠ ଗୁଡିକର ବିକାଶ କୋରୋନା ପାଇଁ ମନ୍ଥର ହୋଇଥିବା ବେଳେ ଏବେ ପର୍ଯ୍ୟଟନ କ୍ଷେତ୍ର ଓ ଉଭୟ ନଦୀର ସୌନ୍ଦର‌୍ୟ୍ୟ କରଣ ପାଇଁ ଜିଲ୍ଲା ପ୍ରଶାସନ ଯୋଜନା ପ୍ରସ୍ତୁତ କରୁଥିବା ଜିଲ୍ଲାପାଳ କହିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts