- Home
- »
- Breaking News
- »
- ସୁବର୍ଣ୍ଣପୁରରେ ପଞ୍ଚାୟତ ନିର୍ବାଚନରେ ବେଆଇନ ସ୍ଥାନ ସଂରକ୍ଷଣ ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ
ସୁବର୍ଣ୍ଣପୁରରେ ପଞ୍ଚାୟତ ନିର୍ବାଚନରେ ବେଆଇନ ସ୍ଥାନ ସଂରକ୍ଷଣ ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲାରେ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ଋଣନୀତି । ନିର୍ବାଚନ ପାଇର୍ ବେଆଇନ ଭାବେ ସ୍ଥାନ ସଂରକ୍ଷଣ କରାଯାଇଥିବା କଂଗ୍ରେସ ଦଳ ଅଭିଯୋଗ କରିଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦଟୀ ଅନୂସୂଚିତ ଜନଜାତି ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷଣ କରାଯାଇଛି ।ତେବେ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଅନୂସୂଚିତ ଜନଜାତି ଜନସଂଖ୍ୟା ନ ଥିବା ବେଳେ ଅଧ୍ୟକ୍ଷ ପଦଟି ଅନୂସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ ରଖିବା ଆଇନର ବିରୁଦ୍ଧାଚରଣ କରୁଥିବା ଅଭିଯୋଗ ହୋଇଛି ।ତେବେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅନୂସୂଚିତ ଜନଜାତି ପ୍ରାର୍ଥୀ ନିର୍ବାଚିତ ହେଲେ ତାଙ୍କ ପତିଆରା ଜାହିର କରିବେ ବୋଲି ଏଭଳି ସ୍ଥାନ ସଂରକ୍ଷଣ କରାଯାଇଥିବା ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡା ଅଭିଯୋଗ କରିଛନ୍ତି ।ଆହୁରିବି ଗ୍ରାମ ପଂଚାୟତ ନିର୍ବାଚନ ପାଇଁ ଅନୂସୂଚିତ ଜାତି ,ଅନୂସୂଚିତ ଜନଜାତି ,ପଛୁଆ ବର୍ଗ ଓ ମହିଳା ମାନଙ୍କ ସ୍ଥାନ ସଂରକ୍ଷଣ ବିଜେଡି ଦଳକୁ ସୁହାଇବା ପରି କରାଯାଇଛି ।ତେବେ ପ୍ରାରମ୍ଭିତ ତାଲିକା ଗତ ଅକ୍ଟୋବର ୧୦ ତାରିଖ ପ୍ରକାଶିତ ହେବା ପରେ ଏହା ଦୃଷ୍ଟିକୁ ଆସିଛି ।ବିଜେଡି ନେତା ଓ ମନ୍ତ୍ରୀଙ୍କୁ ସୁହାଇବା ପରି ଓ ବିଜେଡି କର୍ମୀମାନଙ୍କ ପତିଆରା ଥିବା ଯାଗାରେ ବିଜେଡି କର୍ମୀମାନେ ଯେପରୀ ଅନାୟାସରେ ବିଜୟୀ ହେବେ ସେହିଭଳି ସ୍ଥାନ ସଂରକ୍ଷଣ କରି ପ୍ରାରମ୍ଭିକ ତାଲିକା ପ୍ରକାଶନ କରାଯାଇଥିବା ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି ।ଏହି ତାଲିକାରେ ପଂଚାୟତିରାଜ ଆଇନ ,ଓଡିଶା ପଂଚାୟତ ସମିତି ଆଇନ ,ଓଡିଶା ଗ୍ରାମ ପଂଚାୟତ ଆଇନ ,ଓଡିଶା ଜିଲ୍ଲା ପରିଷଦ ଆଇନର ସଂପୂର୍ଣ୍ଣ ଉଲଂଘନ ହୋଇଥିବା ଅଭିଯୋଗ ହୋଇଛି ।ତେବେ ସ୍ଥାନ ସଂରକ୍ଷଣ ନାଁରେ ଜିଲ୍ଲା ପ୍ରଶାସନ ବିଜେଡିକୁ ସୁହାଇବା ପରି କାର୍ୟ୍ୟ କରୁଥିବା ଅଭିଯୋଗ କରିଛନ୍ତି ।ସ୍ଥାନ ସଂରକ୍ଷଣ ଆଇନ ଆଧାରରେ କରିବା ନେଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ନିର୍ବାଚନ କମିଶନ ପାଖରେ ଲିଖିତ ଅଭିଯୋଗ କରିଛି ।ଆଜି ସ୍ଥାନୀୟ କସ୍ତୁରୀ ହୋଟେଲ ସମ୍ମିଳନୀ କକ୍ଷରେ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନିର୍ବାଚନରେ ବିଜୟୀ ହେବାକୁ ଜିଲ୍ଲା ପ୍ରଶାସନକୁ ହାତ ବାରିସି କରିଥିବା ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡା ଅଭିଯୋଗ କରିଛନ୍ତି ।