FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ସୁବର୍ଣ୍ଣପୁରରେ ପାଳିତ ହେଉଛି ୬୨ତମ ଶହିଦ ପୋଲିସ ଦିବସ

ସୁବର୍ଣ୍ଣପୁରରେ ପାଳିତ ହେଉଛି ୬୨ତମ ଶହିଦ ପୋଲିସ ଦିବସ

ସୁବର୍ଣ୍ଣପୁରରେ ପାଳିତ ହେଉଛି ୬୨ତମ ଶହିଦ ପୋଲିସ ଦିବସ
SHARE NOW :

ସୁବର୍ଣ୍ଣପୁର(ନୀଳାଚଳ ନ୍ୟୁଜ): ଆଜି ହେଉଛି ୬୨ତମ ଶହିଦ ପୋଲିସ ଦିବସ । ଏହି ଅବସରରେ ସୁବର୍ଣ୍ଣପୁର ଜିଳ୍ଲା ପୋଲିସ ରିଜର୍ଭ ପଡିଆରେ ୬୨ତମ ଶହୀଦ ଦିବସ ପାଳିତ ହେଇଯାଇଛି । ଜିଲ୍ଲା ପୋଲିସ ଫୋର୍ସ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ଯୋଗ ଦେଇ ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିବା ସହିତ ଶହୀଦ ପୋଲିସଙ୍କ ସ୍ମୃତି ଚାରଣ କରିଛନ୍ତି ।ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ଦେଶ ମାତୃକାର ସେବାରେ ନିଜକୁ ଉତ୍ସର୍ଗ କରିବା ସହିତ ନିଷ୍ଠାର ସହ ନିଜ ଦାୟିତ୍ବ ସମ୍ପନ୍ନ କରିବା ପାଇଁ ପୋଲିସ କର୍ମଚାରୀଙ୍କୁ ଉଦବୋଧନ ଦେଇଥିଲେ।ସେ ଶହୀଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ନିଜ ଉଦବୋଧନରେ ଶହୀଦ ପୋଲିସ କର୍ମଚାରୀଙ୍କୁ ମନେ ପକାଇଥିଲେ।ଆଭ୍ୟନ୍ତରୀଣ ବିଶୃଙ୍ଖଳା ସମୟରେ ପୋଲିସ ଜନସାଧାରଣଙ୍କୁ ସହଯୋଗ କରି ଆସିଛି।ଅନେକ ସମୟରେ ନିଜେ ବଳୀ ପଡି ଅନ୍ୟର ଜୀବନ ରକ୍ଷା କରୁଛି।ପୋଲିସ ସବୁବେଳେ ଜନସାଧାରଣଙ୍କ ବନ୍ଧୁ । ତେଣୁ ଲୋକେ ପୋଲିସକୁ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି।ଆଜି ଜିଲ୍ଲା ପୋଲିସ ରିଜର୍ଭ ପଡିଆ ଠାରେ ୬୨ ତମ ଶହୀଦ ପୋଲିସ ଦିବସ ଅବସରରେ ଜନସାଧାରଣଙ୍କୁ ଏହି ନିବେଦନ କରିଛନ୍ତି । ଏହି ସମାରୋହରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀ ,ବୁଦ୍ଧିଜୀବୀ, ସାମ୍ବାଦିକ ,ଆଇନଜୀବୀ ଯୋଗ ଦେଇଥିଲେ।କୋଭିଡ କଟକଣା ଭିତରେ କୋଭିଡ ନିୟମ ପାଳନ କରି ଏହି ସ୍ମୃତି ଦିବସ ପାଳନ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Posts